Hot Posts

6/recent/ticker-posts

ମାଲଗାଁ ଆଞ୍ଚଳିକ ଯାଦବ ସମିତି ସାଧାରଣ ବୈଠକ

ଭବାନୀପାଟଣା, ୩୧/୦୫ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା  ବ୍ଲକ ଅନ୍ତର୍ଗତ କାମଠନା ଗ୍ରାମ ପଞ୍ଚାୟତ ଅଧୀନ ଡୁମାଲ୍ ଗ୍ରାମ ଠାରେ ମାଲଗାଁ ଆଞ୍ଚଳିକ ଯାଦବ ସମିତିର ବୈଠକ ସଭାପତି ସୁରେଶ ଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସମ୍ପାଦକ ପ୍ରସନ୍ନ କୁମାର ଗଉଡ଼ ସ୍ୱାଗତ ଜଣେଇ ବୈଠକ କରିବାର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀରଥୁ ରାମ ବାଗ ସମ୍ପାଦକ ଭବାନୀ ପାଟଣା ବ୍ଲକ ଯାଦବ ମହାସଭା ଉପସ୍ଥିତ ରହି ସମାଜର ଉନ୍ନତି ପାଇଁ ସମସ୍ତେ ସଚେତନା ହେବା ଜରୁରୀ ତଥା ଶିକ୍ଷା, ସ୍ବାସ୍ଥ୍ୟ, କୌଳିକ ବୃତ୍ତି, ଜାତି ଭିତ୍ତିକ ଜନଗଣନା, ନିଶା ସେବନ ନ କରିବା,ରାଜନୀତିକ ଅଧିକାର, ଅର୍ଥନୀତିକ ବିକାଶ, ଯାଦବ ସଂବିଧାନକୁ କାର୍ଯ୍ୟକାରୀ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବୈଠକରେ ଗ୍ରାମ୍ୟ ସମିତି ଗଠନ କରା ଯାଇଥିଲା।ଏହି ବୈଠକରେ ପୁରୁଷୋତ୍ତମ ନାଗ, ନାରାୟନ ବାଗ, କିଆବନ୍ ଛତ୍ରିଆ, ଚତୁର କାଣ୍ଡ ଓ ଭାଗିରଥୀ କାଣ୍ଡ ପ୍ରମୁଖ ଉପସ୍ଥିତ ରହି ଯାଦବ ସମାଜ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଉକ୍ତ ବୈଠକକୁ ମାଲଗାଁ, ବାଲିଜୋର, ଉଦିତ ନାରାୟଣ ପୁର ଓ ଘୁମେରଗୁଡ଼ା ଗ୍ରାମ୍ୟ ଯାଦବ ସମିତି ସହଯୋଗ କରିଥିଲେ।