+୨ ବିଜ୍ଞାନରେ ୫୭୧ ନମ୍ବର ରଖି ବିଞ୍ଝାରପୁରର ଗୌରବ ବଢ଼ାଇଲେ ସ୍ୱାତୀ ସୁମନ ମଲ୍ଲିକ
ଯାଜପୁର , ୨୨/୦୫ (ପ୍ରଦୀପ କୁମାର ମଲ୍ଲିକ) : +୨ ବିଜ୍ଞାନ ପରୀକ୍ଷାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଞ୍ଚାୟତର ମେଧାବୀ ଛାତ୍ରୀ ସ୍ୱାତୀ ସୁମନ ମଲ୍ଲିକ ୫୭୧ ନମ୍ବର ରଖି ୯୫ ପ୍ରତିଶତରୁ ଅଧିକ ନମ୍ବର ଅର୍ଜନ କରି ବିଞ୍ଝାରପୁର ମାଟି ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା। ତାଙ୍କର ଏହି କୃତିତ୍ୱ ଅଞ୍ଚଳର ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି। ଏହି ଅବସରରେ ବିଞ୍ଝାରପୁର ଅଞ୍ଚଳର ଶିକ୍ଷାବିତ ଏସକେ ଅବୁଲ ହସନ, ସାମାଜିକ କର୍ମୀ ସୀମାନ୍ତ କୁମାର ପାତ୍ର, ନାଟ୍ୟ କଳାକାର ଯଶୋବନ୍ତ ଜେନା, କ୍ରୀଡ଼ାବିତ ରଶିଦୁଲ ୱାହୀଦ ଓ ଶିକ୍ଷାର୍ଥୀ ଧରିତ୍ରୀ ବେହେରା ଏବଂ ଦେବୀକା ଦାଶ ଉପସ୍ଥିତ ଥିଲେ। ସମସ୍ତେ ସ୍ୱାତୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ନିଷ୍ଠା, ପରିଶ୍ରମ ଓ ଏକାଗ୍ରତା ଦ୍ୱାରା ସଫଳତା ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ |