ଟିକାବାଲି, ୨୨/୦୫ ( ବାଳକୃଷ୍ଣ କହଁର ) : ବାଲିଗୁଡା ବ୍ଲକ ବାରଖାମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ ନୂଆଗାଁ ଦାୟିତ୍ୱ ରେ ଥିବା ଜ଼ିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରି ଶ୍ରୀ ଯୁକ୍ତ ସମୀର କୁମାର ପଟ୍ଟନାୟକ କ ଙ୍କ ନେତୃତ୍ୱ ରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଆଠ ଗୋଟି ଗ୍ରାମପଞ୍ଚାୟତ ର ମ୍ୟାଲେରିଆ ପ୍ରବଣ ଗ୍ରାମରେ ACM ଛିଞ୍ଚନ ବିଷୟରେ ଫୁଲବାଣୀ ହେଡକ୍ୱାଟର ରୁ ଆସିଥିବା ଜ଼ିଲ୍ଲା ଭେଟର ଭାଇଟର ରୋଗ ନିୟନ୍ତ୍ରଣ ପରାମର୍ଶ ଦାତା ଶ୍ରୀ ଯୁକ୍ତ ସୁଜିତ କୁମାର କାର୍ଜି, ଡ. ବଦ୍ରି ନାରାୟଣ ସାମଲ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ବାରଖମା, ଲେପ୍ରସୀ କର୍ମଚାରୀ ଶ୍ରୀ ଯୁକ୍ତ ମନୋଜ ପାତ୍ର, ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଣୀ ଶ୍ରୀମତୀ ମାରିୟମ ଡିଗାଲ ପ୍ରମୁଖ ଅତି ସୁନ୍ଦର ଏବଂ ପ୍ରାଞ୍ଜଳ ଭାବରେ ସ୍ପ୍ରେ ୱାର୍କେର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ପ୍ରଥମେ ଏକ ଲିଟର ପାଣିରେ ୨. ୫୦ ଗ୍ରାମ ACM ମିଶ୍ରଣ କରି ୯ ଲିଟର ଥିବା ବାଲଟିଏ ପାଣିରେ ମିଶ୍ରଣ କରି , ଶୋଇବା କଠୋରୀ, ଅନ୍ଧାର ସ୍ଥାନ ଯେଉଁଠିକି ମଶା ରହିବା ସ୍ଥାନ ସେହି ସ୍ଥାନ ମାନଙ୍କରେ ACM ସ୍ପ୍ରେ କରିବାକୁ କୁହାଯାଇଥିଲା। ଏକ ମିନିଟି ରେ ୨୫ ଥର ପମ୍ପଙ୍ଗି କରିବା, କାନ୍ଥରେ ଦେଢଫୁଟ ଦୂରତାରେ ରହି ଛିଞ୍ଚନ କରିବା, କୈଣସି ଚଟାଣ ରେ କିମ୍ବା ବାରଣ୍ଡା ACM କୁ ମିଶ୍ରଣ ନ କରି ବେନର କିମ୍ଵା ପଲିଥିନ ଉପରେ ମିଶ୍ରଣ କରିବା ଏହିପରି ଭାବରେ ନିଜର କିମ୍ଵା ଅନ୍ୟ କାହାର କ୍ଷତି ନ କରି କେଵେକ ମଶା ମାନଙ୍କ ଶୁଣ୍ଡକୁ ଅକାମି କରି ମ୍ୟାଲେରିଆ ରୁ ମୁକ୍ତ ରହିବାକୁ ତାଲିମ୍ ପ୍ରଦାନ କରିଥିଲେ ଆଜିର କାର୍ଯ୍ୟକ୍ରମ ରେ ,ଅଙ୍ଗନୱାଡି ୱାର୍କେର ଆଶାଦିଦି, ଏବଂ ଓରଦା ସ୍ବେଛାସେବୀ ଅନୁଷ୍ଠାନ, ବନଶ୍ରୀ କଳାସାଂସ୍କୃତିକ ଯୁବ ପରିଷଦ,କୁମ୍ଭାର ମୁଣ୍ଡା ଦାରିଙ୍ଗବାଡି,ଅନୁଷ୍ଠାନ, ର ସ୍ବେଛାସେବୀ ବୃନ୍ଦ ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ରେ ସାମିଲ ଥିଲେ କ୍ରିଷ୍ଣା ଚନ୍ଦ୍ର ଡିଗାଲ (ବୁଲୁ )ଙ୍କ ନେତୃତ୍ୱ ରେ ୧୬ ଜଣ ସ୍ବେଛାସେବୀ ଆସନ୍ତା ମେ ୨୫ ଠାରୁ ଜୁନ ୨୭ ପର୍ଯ୍ୟନ୍ତ ଉକ୍ତ ଛିଞ୍ଚନ କାର୍ଯ୍ୟକ୍ରମ ରେ ଲିପ୍ତ ରହି ମ୍ୟାଲେରିଆ ମୁକ୍ତ କନ୍ଧମାଳ ଗଠନ କରିବାକୁ ପ୍ରୟାସ ଜାରିରଖିବେ ବୋଲି ଜଣାପଡିଛି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
