କଟକ-ଚୌଦ୍ୱାର ରାଜନୀତି ଏବେ ସରଗରମ।
କଟକ, ୦୪/୦୫ ( କାହ୍ନୁ ଚରଣ ବାରିକ ) : କଟକ-ଚୌଦ୍ୱାର ରାଜନୀତି ଏବେ ସରଗରମ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନିଜ ନିର୍ବାଚନମଣ୍ଡଳୀରେ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯାହା ସ୍ଥାନୀୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଥିବା ଚର୍ଚ୍ଚା ହେଉଛି।