Hot Posts

6/recent/ticker-posts

ଉତ୍ୟକ୍ତଲୋକ ଜାଲିଦେଲେ ଗୋ-ବୋଝେଇ ଭେଁନ।

ଇଚ୍ଛାପୁର, ୦୪/୦୫ ( ମାନସକୁମାର ସାହୁ ) : ସୂଚନାଯୋଗ୍ୟ-ଆଜି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଇଛାପୁର ରେଲ-ଫାଟକ ନିକଟରେ ଭୋର ୫ଟା ସମୟରେ ଏକ ଗୋରୁ ବୋଝେଇ ଭେଁନ ଅଧିକବେଗରେ ଯାଉଥିବାରେ ଦେଖି ସ୍ଥାନୀୟଲୋକ ତାକୁ ତୁରନ୍ତ ଗାଡିର ପିଛାକରି ଗାଡିକୁ ଅଟକାଇଥିଲେ,ସେଥିରେ ଥିବା ୬ଟି ଗୋରୁଙ୍କୁ ଉଦ୍ଧାର କରିଥିଲେ,ଘଟଣା ସ୍ଥଳରେ ସଙ୍ଗେସଙ୍ଗେ ବହୁଲୋକ ରୁଣ୍ଡହୋଇଯିବା ସହ ଉତ୍ୟକ୍ତ ଲୋକ ଗୋ-ବୋଝେଇ ହୋଇ ଯାଉଥିବା ଭେଁନ କୁ ନିଆଁ ଲଗାଇଦେଇଥିଲେ।ବାରମ୍ବାର ଏଭଳି ଗାଡ଼ିରେ ଗୋରୁ ବୋଝେଇ କରି ବାହାରକୁ ପଠାଉଥିବାର ଘଟଣା ଲୋକଲୋଚନକୁ ଆସୁଅଛି।ଘଟଣାସ୍ଥଳରେ ସାବରଙ୍ଗ ପୋଲିସ ଟିମ ପହଂଚି ଅଧିକ ତଦନ୍ତଜାରି ର ସୂଚନା ହସ୍ତଗତ।