କଳାହାଣ୍ଡି, ୨୪/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର ଗତ ବିଶ୍ୱନାଥପୁର ମଣ୍ଡଳ ର ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇ ଯାଇ ଅଛି ଉକ୍ତ ବୈଠକ ରେ ମଣ୍ଡଳ ସଭାପତି ତୁଳସୀ ମାଝୀ, ଓ.ବି.ସି ମୋର୍ଚ୍ଚା ସଭାପତି ମିଲନ କୁମାର ମହାପାତ୍ର, ମଣ୍ଡଳ ଉପ ସଭାପତି ରଶ୍ମି ରଞ୍ଜନ ମହାନ୍ତି, ମିଡ଼ିଆ ସେଲ ସମ୍ପାଦକ ଶେଖର ସୁମନ ଦାଶ, ଶକ୍ତି କେନ୍ଦ୍ର ପ୍ରମୁଖ ଉଆଁସୁ ପରାଭୋଇ ଓ ସମସ୍ତ ବୁଥ ର ସଭାପତି ଓ ବି.ଏଲ. ଓ. ଟୁ. ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନ କୁ ନଜରରେ ରଖି ଏସ. ଆଇ. ଆର. ସର୍ବେ ଓ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ମନ କି ବାତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଭାରତୀୟ ଜନତା ପାର୍ଟି କୁ କିପରି ଭାବରେ ଆଗକୁ ନିଆ ଯାଇ ପାରିବ ସେ ବିଷୟରେ ଆଲୋଚନା କରା ଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପଚାଶ ରୁ ଅଧିକ କର୍ମୀ ଯୋଗ ଦେଇ ବୈଠକ କୁ ସଫଳ କରି ଥିଲେ ।



କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।