Hot Posts

6/recent/ticker-posts

ପାଣି ରେ ବୁଡି ନାବାଳିକା ମୃତ୍ୟୁ

ଚକାପାଦ, ୨୨/୦୫ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ ଲାଇନପଡ଼ା ବପଲମେଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଳକାଗୁଡାରି ଗ୍ରାମ ର ଯୁଧିଷ୍ଠିର ନାୟକ ଙ୍କ ଝିଅ ଗ୍ରାମ ନିକଟ ରେ ଥିବା ଆଡିବନ୍ଧ କୁ ନିଜ ମା ଓ ସାହିର କିଛି ସାଙ୍ଗ ସାଥିରେ ଗାଧେଇ ବାକୁ ଯାଇ ଥିଲେ ଗାଧେଇ ଵା ସମୟ ରେ ଝିଅ ସୁଜ୍ଞାନୀ ବୟସ 17 ବର୍ଷ ଗୋଡ ଖସି ଯିବାରୁ ଝିଅ କୁ ବଞ୍ଚାଇ ଵା ପାଇଁ ପାଖେରେ ଗାଧେଉ ଥିବା ଲୋକଙ୍କୁ ଡାକିଥିଲେ ହେଲେ ପାଣି ଅଧିକ ଥିବାରୁ ଲୋକମାନେ ଭିତରକୁ ଯାଇ ଖୋଜିଥିଲେ ହେଲେ କିଛି ସନ୍ଧାନ ପାଇ ନଥିଲେ। ପରେ ଖଜୁରୀପଡା ଅଗ୍ନିଶମ ବାହନୀ ଦିର୍ଘ 2 ଘଣ୍ଟା ସମୟ ଖୋଜା ଖୋଜି କରିବା ପରେ ଯାଇ ଝିଅକୁ ପାଇଥିଲେ l ପ୍ରଥମେ ଖଜୁରୀପଡା ମେଡିକାଲ କୁ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଶବବ୍ୟବଛେଦ ପାଇଁ ଫୁଲବାଣୀ ଡାକ୍ତରଖାନା ପଠେଇ ଦେଇଥିଲେ ପୋଲିସ ।  


ବାଳକୃଷ୍ଣ କହଁର ଙ୍କ ରିପୋର୍ଟ