ଆରମ୍ଭ ହେଲା ଥାନା ରେ ବ୍ରିଫିଂ ପରେଡ
କଟକ, ୧୨/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ପୋଲିସ ଡି ଜି ପି ୱା. ବି ଖୁରାନିଆ ଙ୍କ ନିର୍ଦେଶ ରେ କଟକ ସହର ୟୁପିଡି ର ୨୨ ଥାନା ରେ ଆରମ୍ଭ ହୋଇଛି ବିଫ୍ରିଂ ପରେଡ। ଥାନା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସକାଳ ୯ ଟା ରୁ ୧୦ ପର୍ଯ୍ୟନ୍ତ ଏହି ପରେଡ ଜାରି ରହିଥିଲା। ଥାନାର ସମସ୍ତ ଅଫିସର୍ ଙ୍କ ଠାରୁ ଆରମ୍ଭ କରି ହୋମ ଗାର୍ଡ ପର୍ଯ୍ୟନ୍ତ ସମସ୍ତେ ଏହି ପରେଡ ରେ ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ବ୍ରିଫିଙ୍ଗ ପରେଡ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ଥାନା ପକ୍ଷରୁ ଏହି ପରେଡ କରା ନ ଯାଏ ତାହେଲେ ସମ୍ପୃକ୍ତ ଥାନା ର ଅଧିକାରୀଙ୍କୁ ନିଲମ୍ବନ କରାଯିବ ବୋଲି ଡିସିପି ଋଷିକେଶ ଖିଲାର ତାଗିଦ୍ କରିଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ