ଗରିବ ପାଉଛି ଆଶ୍ୱାସନା ଧନୀ ପାଉଛି ଅନ୍ତ୍ୟଦୋୟ ଗୃହ ଯୋଜନା
ଝରିଗାଁ, ୧୨/୦୫ (ନକୁଲ ଭତରା) : ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଅଭିଯାନରେ ଗ୍ରାମୀଣ ବିକାଶ କ୍ଷେତ୍ରରେ ମାଳ ମାଳ ଯୋଜନା ସହ ଅନ୍ତ୍ୟଦୋୟ ଗୃହ ଯୋଜନା ଆସୁଛି କିନ୍ତୁ ଗରିବ ପାଉଛି କେବଳ ଆଶ୍ଵସନା ଧନୀ ପାଉଛି ଅନ୍ତ୍ୟଦୋୟ ଗୃହ ଯୋଜନା କେବଳ ପ୍ରଚାର ପ୍ରସାର ହିଁ ସୀମିତ ରହିଯାଇଛି | ଏମିତି ଏକ ଘଟଣା ଦେଖିବାକୁ ମିଳିଛି | ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଚାପର ପଞ୍ଚାୟତ କଲେଗାଁ ରେ ସ୍ୱୀମି ମୃତ୍ୟୁକୁ ୧୫ ବର୍ଷ ବିତିଗଲାଣି ବିଧବା ରୁ ବୃଦ୍ଧା ପାଲଟି ଗଲାଣି ତଥାପି ଏ ଯାଏଁ ସିତାଦେଇ ପୂଜାରୀ ଙ୍କୁ ମିଳୁନି ଘର ଖଣ୍ଡେ | ବହୁଥ ର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କୁ କହିଥିଲେ ମଧ୍ୟ୍ୟ ତାହାରି କିଛି ମୂଲ୍ୟ ହେଉନାହିଁ | ଯେଉଁଥି ପାଇଁ କି ଆଜି ବେସାହାରା ଗରିବ ବିଧବା ସିତାଦେଇ ପୂଜାରୀ ଜରି ପାଳ କୁଡ଼ିଆରେ ବିତାଉଛି ଜୀବନ | ସୀତାଦେଇ ଙ୍କ ବୟସ ୬୬ ବର୍ଷ ହୋଇଥିବା ବେଳେ ଅନ୍ୟପଟେ ସ୍ଵୀମି ମୃତ୍ୟୁ କୁ ୧୫ ବର୍ଷ ବିତିଗଲାଣି ହେଲେ ଏବେ ଯାଏଁ ମିଳିନାହିଁ ତାଙ୍କୁ ଅନ୍ତ୍ୟଦୋୟ ଗୃହ ଯୋଜନାର ଘର ଟିଏ | ସରକାର ଯୋଜନାରୁ ବଞ୍ଚିତ ହୋଇଥିବାରୁ ସେ ଜଣେ ଆଶ୍ରୟ ନେଉଛନ୍ତି ଏକ ଜରି ପାଳ କୁଡ଼ିଆରେ | ସରକାରୀ ସହାୟତା କହିଲେ ୫ କେଜି ଚାଉଳ ସହ ଭତ୍ତା ଟଙ୍କା ହେଲେ ସେହି ଭତ୍ତା ଟଙ୍କା ବି ବର୍ତ୍ତମାନ ୬ ରୁ ୭ ମାସ ହେବ ମିଳିନଥିବା ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି | ସଚେତନତା ଅଭାବ ସାଙ୍ଗକୁ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଗରିବ ଲୋକଙ୍କୁ ଘର ଖଣ୍ଡେ ମିଳୁନି| ଇଲେକ୍ସନ ଆସିଲେ ନେତାଙ୍କ ଦେଖା ମିଳେ ଇଲେକ୍ସନ ସରିଲେ ଲୋକଙ୍କ ଦୁଃଖ ବୁଝିବାକୁ ଦେଖା କାହାରି ନାହିଁ | କିନ୍ତୁ ଅନ୍ତ୍ୟଦୋୟ ଗୃହ ଯୋଜନା ସରକାର ଦେଉଛନ୍ତି ହେଲେ ଯାହାର ଘର ଥାଇ ଦୁଇ ତାଲା କରନ୍ତି ତାଙ୍କୁ ଇଦ୍ଧିରା ଆବାସ କିନ୍ତୁ ଖୋଲା ଆକାଶରେ ଥିବା ଲୋକଙ୍କୁ ସ୍ଥାନୀୟ ସରପଞ୍ଚ ଠାରୁ ବିଡ଼ିଓ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ୍ୟ ବେସାହାରା ଗରିବ ଅସହାୟ ସୀତାଦେଇ ଙ୍କୁ ମିଳିନାହିଁ ଘରଟିଏ | କେତେଦିନ ଗରିବଙ୍କୁ ମିଛ ପ୍ରତିଶ୍ରୁତି ମିଳିବ | ଏଥିପ୍ରତି ଝରିଗାଁ ବିଡ଼ିଓ ସ୍ଥାନୀୟ ବିଧାୟକ ଜିଲ୍ଲାପାଳ ମହାଶୟ ଡବଲ ଇଞ୍ଜିନ ସରକାର ମହୋଦୟ ଦୃଷ୍ଟି ଦେଇ ସରକାରଙ୍କ ତରଫରୁ ଅନ୍ତ୍ୟଦୋୟ ଘର ଖଣ୍ଡେ ମିଳିଲେ ଉପକୃତ ହେବୁ ବୋଲି କହିଛନ୍ତି କଲେଗାଁ ଗ୍ରାମବାସୀ | ଦେଖିବାକୁ ବାଖିରହିଲା ଗରିବ ବିଧବା ମହିଳା ସୀତାଦେଇ ଙ୍କୁ କେବେ ମିଳିବ ସରକାରଙ୍କ ତରଫରୁ ଅନ୍ତ୍ୟଦୋୟ ଗୃହ ଯୋଜନା|