ପିଇବା ପାଣି ପାଇଁ ରାସ୍ତା ରୋକ୍ ! ଧର୍ମଗଡ ନିକଟସ୍ଥ ଶ୍ରୀରାମପୁର ଠାରେ ରାଜ ରାସ୍ତା ରେ ମହିଳା !
ଧର୍ମଗଡ, ୦୫/୦୫ ( ରିତେଶ କୁମାର ମୁଣ୍ଡ ) ଗୋଲାମୁଣ୍ଡା ମୁଖ୍ୟ ରାସ୍ତା ଅବରୋଧ ! ଗ୍ରୀଷ୍ମ ପ୍ରବାହ ଯେତେ ବଢୁଛି ସେତେ ପିଇବା ପାଣି ସଙ୍କଟ ଦେଖାଦେଉଥିବା ବେଳେ ଆଜି ସକାଲୁ ସକାଳୁ ଧର୍ମଗଡ ବ୍ଲକ ଛେଣ୍ଡିଆ ପଞ୍ଚାୟତ ଶ୍ରୀରାମପୁର ରାଜରାସ୍ତା ରେ ଗରା ମାଠିଆ ରଖି ଆନ୍ଦୋଳନ କରିଛନ୍ତି ଗ୍ରାମ ବାସି ଫଳରେ ଗୋଲାମୁଣ୍ଡା ଧର୍ମଗଡ କୁ ଯାତାୟାତ ରେ ବାଧାପପ୍ତ ସୃଷ୍ଟି କରୁଛି ତାଙ୍କ ଅଭିଯୋଗ ବହୁଦିନ ହେଲା ତାଙ୍କ ଅଂଚଳ ରେ ପାଣି ର ସମସ୍ୟା ଦେଖାଡାଇଛି ଓ଼ଭରହେଡ ଟାଙ୍କି ତିଆରି ହୋଇଛି ପାଇପ ସଂଯୋଗ ହୋଇଛି ହେଲେ ପାଣି ମିଳିପାରୁନି ଯେତେ ଗୁରହି କଲେ ମଧ୍ୟ କର୍ଣ୍ଣାପାତ କରୁନାହାନ୍ତି ଭିଭାଗୀୟ ଅଧିକାରୀ ଫଳରେ ରାଜରାସ୍ତା ଅବରୋଧ କରି ବସିବା ଛଡା ଅନ୍ୟ କିଛି ରାସ୍ତା ନାହିଁ ବୋଲି କହିଛନ୍ତି ଅଂଚଳବାସୀ ପରେ ଭିଭାଗୀୟ ଅଧିକାରୀ ପଂଚାହିଁ ପ୍ରତି ସୃତି ପରେ ରାସ୍ତା ଅବରୋଧ ହଟିଛି ଯଦି ପାଣି ର ସମସ୍ୟା ନ ହେଲେ ପୁଣି ଆନ୍ଦୋଳନ କରି ରାଜରାସ୍ତା କୁ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚକବାସୀ l କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ,