Hot Posts

6/recent/ticker-posts

ପୁଣି ଜନନୀ ଯନ୍ତ୍ରଣା,, ଖଟିଆ ରେ ବୁହା ହେଲେ ଗର୍ଭବତୀ,,

ଧର୍ମଗଡ, ୦୭/୦୫ ( ରିତେଶ କୁମାର ମୁଣ୍ଡ ) : ଗାଁ କୁ ଭଳରାସ୍ତା ଖଣ୍ଡେ ନାହିଁ। ଏଣୁ ଗାଁ କୁ ଆମ୍ବୁଲାନ୍ସ ଯାଇପାରିଲାନାହିଁ ଯାହାରୀ ଫଳରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବୋହି ୧ କିଲୋମିଟର, ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଛି। କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଧଅଁର ପୁର ପଞ୍ଚାୟତ ର ଆମ୍ବଗୁଡ।, ମାଲପଡ୍। ଗ୍ରାମର ଦୃଶ୍ୟ ଦେଖି ବାକୁ ମିଳି ଅଛି ମାଲପଡ଼ାର ,ଦେବାନନ୍ଦ ମାଝୀ ଙ୍କ ସ୍ତ୍ରୀ ଲଳିତା ମାଝୀ ଙ୍କୁ ପ୍ରସବ ବେଦନା ହେବାରୁ, ୧୦୮ ଆମ୍ବୁଲାନ୍ସ କୁ ଯୋଗଗୋଗ କରିଥିଲେ ତେବେ କାଳବୈଶାଖୀ ବର୍ଷାଯୋଗୁଁ, କାଦୁଅ ପଚ୍ ପଚ୍ ହେବାରୁ ୧ କିଲୋମିଟର ଦୂର ଆମ୍ବାଗୁଡା ମୁଖ୍ୟ ରାସ୍ତା ରେ ଅଟକି ରହିଥିଲା, ସେପଟେ ପ୍ରସବ ବେଦନା ରେ ଛଟପଟ ହେଉଥାନ୍ତି ଗର୍ଭବତୀ ପରିବାର ଲୋକେ କୌଣସି ଉପାୟ ନ ପାଇଁ ଆଶା କର୍ମୀ ଓ ସମ୍ପର୍କୀୟ ଙ୍କ ସହଯୋଗ ରେ ଶେଷରେ ଏକ ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ବୋହି ନେଇ ଥିଲେ ଗତ ବର୍ଷ ଜଣେ ଗର୍ଭବତୀ ମହିଳା ଙ୍କୁ,, ବି ଖଟିଆ ରେ ବୋହି ନିଆ ଯାଇଥିଲା ବାରମ୍ବାର ଘଟଣା ଘଟୁ ଥିଲେ ବି ସ୍ଥାନୀୟ ପ୍ରତିନିଧି, ପ୍ରଶାସନ ର ରାସ୍ତା ମରାମତି ପାଇଁ ନଜର ପଡୁ ନାହିଁ। ସରକାର ଗ୍ରାମାଞ୍ଚଳ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ, ମାଳପଡ଼। ଏବେ ବି ଅବହେଳିତ ଅବସ୍ଥା ରେ ରହିଅଛି ବାରମ୍ବାର ପଡ଼।ବାସୀ ସ୍ଥାନୀୟ ବିଧାୟକ ଙ୍କୁ ଗୁହାରି କରି ଥିଲେବି ସୁଫଳ ମିଲି ପାରିନାହିଁ ବୋଲି ମାଳପଡା ବାସୀ କହିଛନ୍ତି l 




 କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ