Hot Posts

6/recent/ticker-posts

ପାଟବନ୍ଧରେ ନାଟକ ମଞ୍ଚସ୍ଥ "ହା କୃଷ୍ଣ ବୋଲି ଯାଉ ଜୀବ", "ଦରିଆ କୂଳେ ଦରଦୀ ବନ୍ଧୁ" ।

ବୋଲଗଡ଼, ୧୬/୦୫ (ସୁଶାନ୍ତ କୁମାର ପ୍ରଧାନ) : ବିଭିନ୍ନ ଉତ୍ସବ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ମଞ୍ଚସ୍ଥ ହେବା ଆମ ରାଜ୍ୟରେ ଏକ ପ୍ରମୂଖ ପରମ୍ପରା। ଏହା ମନୋରଞ୍ଜନ ସହିତ ଆମ ସଂସ୍କୃତିକୁ ଜୀବନ୍ତ ରଖିଥାଏ। ବାର୍ଷିକ ଉତ୍ସବରେ ନାଟକ ମଞ୍ଚସ୍ଥ ହେବା ଏକ ଗର୍ବ ଓ ଆନନ୍ଦର ବିଷୟ। ଏହାଦ୍ୱାରା କଳାକାରଙ୍କ ଲୁକ୍କାୟିତ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆସିଥାଏ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ ଗ୍ରାମର ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଦିଲୀପ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ପ୍ରଥମ ରାତ୍ରିରେ ନାଟକ 'ହାକୃଷ୍ନ ବୋଲି ଯାଉ ଜୀବ' ଏବଂ ଦିତୀୟ ରାତ୍ରିରେ 'ଦରିଆ କୂଳେ ଦରଦୀ ବନ୍ଧୁ' ନାଟକ ମଞ୍ଚସ୍ଥ ହୋଇଯାଇଛି। ଏହି ଅବସରରେ ଆୟୋଜକ କମିଟିର ସଭାପତି ଦୀଲିପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ,୨୪ନମ୍ବର ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ଓ ସରପଞ୍ଚ ରମାମଣୀ ଦେଇ ଯୋଗଦେଇ ମଞ୍ଚ ଉଦଘାଟନ କରିବା ସହିତ ସମସ୍ତ କଳାକାରଙ୍କୁ ନିଜର କଳାପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ସଭା କାର୍ଯ୍ୟକୁ କୃଷ୍ଣ ଚନ୍ଦ୍ର ବାରିକ ସଂଯୋଜନା କରିଥିଲେ। ଏବଂ ପରେ ପାଟବନ୍ଧ ଶ୍ରୀ ଶ୍ରୀ ତ୍ରିନାଥ ଦେବ ନାଟ୍ୟ ସଂସଦ ପକ୍ଷରୁ ନାଟକ ମଞ୍ଚସ୍ଥ ହୋଇଥିଲା।