Hot Posts

6/recent/ticker-posts

ଷଡବଂଶୀୟ ଗୋଣ୍ଡ ସମାଜର ପରମ୍ପରା ଏବଂ ସଂସ୍କୃତି ସୁରକ୍ଷା ଉପରେ ସଚେତନତା ସଭା

ଲଇକେରା, ୧୪/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ତାରିଖ ୧୪/୦୫/୨୦୨୬ ମସିହା ଗୁରୁଵାର ଦିନ ଷଡବଂଶୀୟ ଗୋଣ୍ଡ ସମାଜର କିର୍ମିରା ଆଞ୍ଚଳିକ କମିଟି ଆନୁକୂଲ୍ୟରେ ସମାଜର ସଂସ୍କୃତି ପରମ୍ପରା ସୁରକ୍ଷା ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ କମିଟିର ସଭାପତି ଶ୍ରୀଯୁକ୍ତ ନିଳାମ୍ୱର ନାଏକ ଉପସ୍ଥିତ ଥିବା ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ ।ଜୟପୁର ଇଷ୍ଟେଟ କମିଟିର ସଭାପତି ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ଉପସ୍ଥିତ ରହି ସମାଜର ସାମଗ୍ରିକ ବିକାଶ ପାଇଁ ଯୁବ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ ଓ ଇଷ୍ଟେଟ କମିଟି ଉପସଭାପତି ରଞ୍ଜନ ସିଂ ନାଏକ ପୂର୍ବରୁ ଚଳିଆସୁଥିବା ପରମ୍ପରା ଏବଂ ସଂସ୍କୃତି କୁ ବଜାୟ ରଖିବା ପାଇଁ ଯୁବକ ଯୁବତୀ ମାନଙ୍କୁ ଆହ୍ୱାନ କରିଥିବାବେଳେ ପାଶ୍ଚାତ୍ୟ ସଂସ୍କୃତି ଯଥା:ଅନ୍ୟ ସମ୍ପ୍ରଦାୟରେ ଘଟୁଥିବା ରିଙ୍ଗ ସେରିମୋନୀ, ଵିବାହ ପୂର୍ବରୁ ପୁଅ ଓ ଝିଅ ର ଫଟୋ ଉଠାଇବା,ପ୍ରଥମ ସନ୍ତାନ ଗର୍ଭରେ ଥିବା ସମୟରେ ପିଠା ଖୁଆ ଇତ୍ୟାଦି କାର୍ଯ୍ୟକ୍ରମରୁ ଦୁରେଇ ରହିବା ଓ ବିଵାହରେ ଅଯଥା ଖର୍ଚ୍ଚରୁ ନିଵୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଦ୍ୱିତୀୟ ଉପସଭାପତି ଶ୍ରୀଯୁକ୍ତ ପଦ୍ମକୁମାର ନାଏକ ସମାଜର ରୀତିନୀତି ଏବଂ ଚାଲିଚଳନକୁ ସୁଚାରୁ ରୂପରେ ପରିଚାଳନା କରିବାପାଇଁ ଉପସ୍ଥିଥ ଥିବା ସଭ୍ୟସଭ୍ୟାଙ୍କୁ ଉଦବୋଧନ ଦେଇଥିଲେ ।ଜୟପୁର ଇଷ୍ଟେଟ କମିଟିର ସଦସ୍ୟ ଶ୍ରୀଯୁକ୍ତ ରାଜକୁମାର ଭୋଇ ସମାଜର ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଏବଂ ସରକାରଙ୍କର କୃଷିଭିତ୍ତିକ ଯୋଜନାର ଲାଭବାନ ଉଠାଇବା ପାଇଁ ଆଲୋଚନା କରିଥିଲେ ଓ ଇଷ୍ଟେଟ କମିଟିର ଉପଦେଷ୍ଟା ପଦ୍ମଲୋଚନ ନାଏକ,ଋତୁସାଗର ନାଏକ ଏବଂ ସମ୍ପାଦକ ଚୈତନ୍ୟ ନାଏକ,ସହ-ସମ୍ପାଦକ ରାଧେଶ୍ୟାମ ନାଏକ,କୋଷାଧ୍ୟକ୍ଷ ମେଘନାଦ ନେଟି,ସହ-କୋଷାଧ୍ୟକ୍ଷ ଦେବାନନ୍ଦ ନାଏକ,ଏବଂ ଲଇକେରା, କ‌ିର୍ମିରା, କୋଲାବିରା,କୁକେରମା ଆଞ୍ଚଳିକ କମିଟି ର ସଭାପତି ସହିତ କିର୍ମିରା ଆଞ୍ଚଳିକ ଅନ୍ତର୍ଗତ ସମସ୍ତ ଗାଁ କମିଟିର ସଦସ୍ୟ ଯୋଗଦାନ କରିଥିବାବେଳେ ଶେଷରେ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କୁ ରାଧେଶ୍ୟାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।