୮୦ ପ୍ରକାରର ଆମ୍ବଗଛ , ବିଭିନ୍ନ ପ୍ରକାରର ଫଳ ଗଛ ଓ ମହୁ ଚାଷ କରି ଚର୍ଚ୍ଚାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା।
ଵନ୍ତ, ୧୫/୦୫ (ନିରୋଜ କୁମାର ସେଠୀ) : ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଛୟାଳସିଂ ଗ୍ରାମର ପିତା ସ୍ୱର୍ଗତ ଭଗବାନ ପଣ୍ଡାଙ୍କ ପୁତ୍ର ସୁବାଷ ଚନ୍ଦ୍ର ପଣ୍ଡା ଯିଏକି ଏକ ବର୍ଷ ପୂର୍ବେ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ ଦାୟିତ୍ଵ ନିର୍ବାହ କରି ଅବସର ନେଇଥିଲେ। ନିଶାରେ ଜଣେ ପ୍ରକୃତିକୁ ଭଲ ପାଉଥିବା ମଣିଷ କହିଲେ ଅତ୍ୟୁକ୍ତି ହେବନାହିଁ।ସେ ଯେତେବଳେ ପାଠପଢ଼ୁୁ ଥିଲେ ସେତେ ବେଳେ ତାଙ୍କ ବାପା ସୁଦୂର କଲିକତାରୁ ଗଛ ଆଣି ଲଗାଇବା ଦେଖି ସେ ମଧ୍ୟ ଗଛ ଲଗାଇବା ପ୍ରତି ମନ ବଳାଇଲେ। ଯେମିତି ଗଛ ଲଗାଇବା ଏକ ନିଶା ପାଲଟିଯାଇଛି ସୁବାଷ ସାରଙ୍କର। ନିଜର ବାଡ଼ିରେ ବିଭିନ୍ନ ବିଦେଶୀ ଆମ୍ବ ଅଷ୍ଟିନ୍ ଗୋଲ୍ଡ, ବି ଏନ୍ ୭, କିଙ୍ଗ ଅଫ୍ ଚକାପଥ, କ୍ୟୁଯାଇ, ନୂରଝା, ଆଲଫାନ ଶୋ, ମିଆଜାକି, ଆର୍ ଟୁ ଇଟୁ, ସେଲି, ବାଜ୍, ସୁପର ଜୁଲି, କୁଙ୍କିକା ସମ୍ରାଟ, ଅରେଞ୍ଜ ସର୍ବତ, ମାୟା, ରେଡ୍ ଆଇବରୀ, ଅମ୍ବିକା, ଅରୁଣିକା, ଅନାମିକା, ଓଷାଲାରୀମା, କେଶର ସମେତ ଦେଶୀ ବିଦେଶୀ ପ୍ରଜାତିର ୮୦ ପ୍ରକାରର ଆମ୍ବ ଗଛ ଲଗାଇବା ସହିତ ବିଭିନ୍ନ ପ୍ରଜାତିର ସେଉ,ଅଙ୍ଗୁର, ନାସପାତି, ଲିଚୁ, ମାଲେସିଆ ନଡ଼ିଆ, ଥାଇଲାଣ୍ଡ ପିଜୁଳି, କ୍ଲବ୍ ଡ଼ାଇମଣ୍ଡବିଜୁଳି ଟାଇୱାନ ପିଙ୍କ ପିଜୁଳି, ଭିଏତନାମ କଣ୍ଟାପଣସ, କାଶ୍ମୀର ବରକୋଳି,କାଶ୍ମୀର ସେଓ, ମିସ୍ ଇଣ୍ଡିଆ ବରକୋଳି, ଭିଏତନାମ ମାଲତା ଲେମ୍ବୁ , ଜାଭାଟିକୁଭା ଫ୍ରୁଟ୍ସ, ଡ୍ରାଗନଫ୍ରୁଟ୍ସ, ବ୍ଲୁ ବେରି ସମେତ ରୁଦ୍ରାକ୍ଷ ସମେତ ବିଭିନ୍ନ ପ୍ରଜାତି ଔଷଧିଅ ଗଛ ତାଙ୍କ ବଗିଚାରେ ସ୍ଥାନ ପାଇଛି। ଏଥି ପାଇଁ ସେ ଲଗାତାର ୫ ବର୍ଷରୁ ଉର୍ଦ୍ଧ୍ବ ହେବ ପରିଶ୍ରମ କରି ଆସୁଛନ୍ତି ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ପଣ୍ଡା। ସରକାର ଘଡ଼ଘଡି ରୁ ରକ୍ଷା ପାଇବା ପାଇଁ ତାଳଗଛ ଲଗାଇବା ପାଇଁ କହୁଥିବା ବେଳେ ସୁବାଷ ସାରେ ତାଙ୍କ ଗ୍ରାମ ନିକଟରେ ଯାଇଥିବା କପାଳୀ ନଈ କୂଳରେ ତାଳଗଛ, କଦମ୍ବ, ବଉଳ ଗଛ ଲଗାଇଥିବା ଦେଖିବାକୁ ମିଳୁଛି। ସବୁଜ ବନାନୀକୁ ଦେଖି ବେଶ ଖୁସି ଅନୁଭବ କରନ୍ତି ସୁବାଷ ସାରେ। ତାଙ୍କର ଏହି କାର୍ଯ୍ୟ ନିଜର ପରିବାର ଲୋକ , ତାଙ୍କୁ ଭଲ ପାଉଥିବା ବନ୍ଧୁଙ୍କ ପ୍ରେରଣା ଯୋଗାଏ। ଉପଯୁକ୍ତ ଯତ୍ନ ଓ ଆବଶ୍ୟକୀୟ ଉପାଦାନ ଦ୍ବାରା ସବୁ ସମ୍ଭବ ବୋଲି ସେ ପ୍ରକାଶ କରନ୍ତି। ଆମ୍ଭେ ପ୍ରତି ଦିନ ନିଜର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବାହାର ରାଜ୍ୟର ଫଳ ଉପରେ ନିର୍ଭର କ କରିବା ଏହାକୁ କ୍ରୟ କରିବାକୁ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଉଦ୍ୟମ ବଳରେ ସୁବାଷ ସାରେ ନିଜର ବାଡ଼ିରେ ଲଗାଇଥିବା ଗଛ ଉଦ୍ୟାନ କୃଷି ବିଷୟରେ ଉପଯୁକ୍ତ ଜ୍ଞାନ, ପଦ୍ଧତିକୁ ଅବଲମ୍ବନ କଲେ ନିଶ୍ଚୟ ସବୁ ସମ୍ଭବ ହେବ ବୋଲି ସେ ଆଶା କରନ୍ତି । ନିଜର ଉଦ୍ୟମରେ ସେ ନିଜର ବାଡ଼ିରେ ରେ ଲଗାଇଥିବା ବିଭିନ୍ନ ପ୍ରକାରର ଆମ୍ବଗଛ ଓ ଅନ୍ୟାନ୍ୟ ଫଳ ଗଛରେ ଶହ ଶହ କେଜି ଫଳ ମଧ୍ଯ ହୋଇଛି। ସେ ମାଟିକୁ ଉପଯୁକ୍ତ ଭାବେ ବିଶୋଧନ କରିସେଥିରେ ଆବଶ୍ୟକୀୟ ସାମଗ୍ରୀ ଦେଇ ତାହାର ଉପଯୁକ୍ତ ଯତ୍ନ ନିଅନ୍ତି। ବର୍ତମାନ ଯୁଗରେ ଲୋକେ ଅଧୂକ ଆମଦାନୀ ଆଶାରେ ବିଭିନ୍ନ ଫସଲରେ ବହୁ ପରିମାଣରେ ଅଧୂକ ସାର, ବିଶାକ୍ତ କୀଟ ନାଶକ, ପ୍ରୟୋଗ କରୁଥିବାବେଳେ ସେ ନିଜେ ନିଜର ବୁଦ୍ଧିରେ ଆବଶ୍ୟକୀୟ ପରିମାଣରେ ଗ୍ରାମୀୟ କମ୍ପୋଷ୍ଟ ଖତ, ସାର ପ୍ରୟୋଗ କରି ଫଳ ଗଛଗୁଡ଼ିକ ଚାଷ କରୁଥିବାର ପ୍ରକାଶ କରନ୍ତି । ଆମ୍ଭେମାନେ ଧାନ ଫସଲ ପାଇଁ ଯେତେ ଅଧିକ ଶ୍ରମ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ ତାହା ଠାରୁ କମ୍ ପରିଶ୍ରମ ଓ ଖର୍ଚ୍ଚରେ ଏହି ଫଳ ଜାତୀୟ ଫସଲ ଉପ୍ତାଦିତ ହୋଇଥାଏ। ଏହା ଦ୍ବାରା ନିଜର ଦୈନଦିନ ଆବଶ୍ୟକ ପଡ଼ୁଥିବା ଫଳର ପୂରଣ କରିପାରନ୍ତି। ବର୍ତମାନ ସମୟରେ ଫଳର ଦର ଆକାଶ ଛୁଆଁ ହେଉଛି। ଏଥିରୁ ତ୍ରାହି ପାଇଁ ଶିକ୍ଷିତ ଯୁବକ ଯୁବତୀ ଚାକିରି ପଛରେ ନଗୋଡ଼ାଇ ଜୈବିକ କୃଷି ଓ ଉଦ୍ୟାନ କୃଷି କରି ଜ୍ଞାନକୁ ଗ୍ରହଣ କରି ଫଳ ସହ ଚାଷ ପନିପରିବା ଚାଷ କଲେ ନିଜେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ପ୍ରକାଶ କରନ୍ତି।