Hot Posts

6/recent/ticker-posts

ପଡ଼ାଗୁଡ଼ାଠାରେ ଓଡ଼ିଶା ଜନତା କଂଗ୍ରେସର କର୍ମୀ ସମ୍ମିଳନୀ

ଜୟପାଟଣା, ୧୫/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସିନ୍ଧିକାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ାଗୁଡ଼ାଠାରେ ଓଡ଼ିଶା ଜନତା କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦଳର ସଭାପତି ମହମ୍ମଦ ମୋକିମ ଓ ଡ଼ିଫାଇନ କଳାହାଣ୍ଡିର ଅଧ୍ୟକ୍ଷ ମଧୁ ମାହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କର୍ମୀ ସମ୍ମିଳନୀରେ ଜୟପାଟଣା ବ୍ଲକର ପ୍ରାୟ ପନ୍ଦରଟି ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବୀ, ଶିକ୍ଷିତ ଯୁବକ ଓ ବିଜେଡି, କଂଗ୍ରେସ ଏବଂ ବିଜେପି ଦଳରେ କାର୍ଯ୍ୟ କରୁଥିବା ଅବହେଳିତ କର୍ମୀମାନେ ଯୋଗଦେଇଥିଲେ। ବୈଠକରେ ନୂତନ ରାଜନୈତିକ ବିକଳ୍ପ ଭାବେ ଓଡ଼ିଶା ଜନତା କଂଗ୍ରେସକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ଓଡ଼ିଶା ଜନତା କଂଗ୍ରେସ ହେଉଛି ଏକ ନୂତନ ଦଳ ଓ ଯେଉଁମାନେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ଆସୁଛନ୍ତି ଏବଂ ନେତୃତ୍ୱ ନେବାର ସ୍ୱପ୍ନ ଦେଖୁଥିଲେ, ସେମାନଙ୍କୁ ଦଳରେ ପ୍ରାଥମିକତା ଦିଆଯିବ। ଏହି ଆହ୍ୱାନରେ ପ୍ରଭାବିତ ହୋଇ ବହୁ ସଂଖ୍ୟକ ଲୋକ ସମ୍ମିଳନୀରେ ଯୋଗଦେଇ ଦଳ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ନବରତ୍ନ ଧଙ୍ଗଡ଼ା ମାଝୀ, ବସନ୍ତ ମାଝୀ, ଦେବରାଜ ନାଏକ, ବାବୁଲା ନିଆଁଲ, ନବୀନ ରାଉତ, ଜବ୍ର ମାଝୀ, ମାନସିଂ ମାଝୀ, ମାୟାଧର ବାଣୁଆଁ, ବିନୋଦ ମାଝୀ ସମେତ ଓଡିଶା ଜନତା କଂଗ୍ରେସ କୁ ଭଲପାଉଥିବା ଅନେକ କର୍ମୀ ଉପସ୍ଥିତ ଥିଲେ। 



କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ