Hot Posts

6/recent/ticker-posts

ସିବିଏସ୍ଇ ଦ୍ୱାଦଶ ଶ୍ରେଣୀରେ ଜିଲ୍ଲା ଓ ରାଜ୍ୟ ଟପ୍ପର ହେଲେ ପ୍ରିୟଦର୍ଶିନୀ

ଖଜୁରୀପଡ଼ା, ୧୫/୦୫ (ଅଚ୍ୟୁତ ଜାନୀ) : କେନ୍ଦ୍ରୀୟ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଧୋବା ତୋଟା ଫୁଲବାଣୀ ବିଜ୍ଞାନ ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ସର୍ବମୋଟ ୪୮୮ ଶତକଡା ୯୭.୬ ନମ୍ବର ରଖି ୨୦୨୬ ଯୁକ୍ତ ଦୁଇ ଦ୍ୱାଦଶ ଶ୍ରେଣୀରେ କନ୍ଧମାଳ ଜିଲ୍ଲା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସ୍ତରରେ ରାଜ୍ୟ ଟପ୍ପର ହୋଇଛନ୍ତି । ପୂର୍ବରୁ ସେ ସିବିଏସ୍ଇ ଦଶମ ଶ୍ରେଣୀରେ ମଧ୍ୟ ୨୦୨୪ରେ ପବ୍ଲିକ ସ୍କୁଲରୁ ସର୍ବାଧିକ ୪୮୫ ଶତକଡା ୯୭ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିଲେ । ତାଙ୍କର ନିଜ ଗ୍ରାମ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପଞ୍ଚାୟତ ନେଡ୍ରିଖୋଲ ଗ୍ରାମର ହୋଇଥିବା ବେଳେ ବର୍ତମାନ ଫୁଲବାଣୀ ପିଅନ ପଡା ସ୍ଥିତ ଚନ୍ଦନ ନଗରରେ ରହୁଛନ୍ତି। ପିତାଙ୍କ ନାମ ମଦନ ମୋହନ ବେହେରା ମାତା ସୈ।ଦାମିନୀ ଦିଗାଲଙ୍କ ସୁପୁତ୍ରୀ । ବାପା ପେସାରେ ଜଣେ ସରକାରୀ ସହକାରୀ ଶିକ୍ଷକ ବର୍ତ୍ତମାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆର୍ ନୂଆ ଗାଁରେ କାର୍ଯ୍ୟରତ ହୋଇଥିବା ବେଳେ ସେହି ପରି ମାଁ ମଧ୍ୟ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି । ବାପା ମଦନମୋହନ ଆମର ସହଯୋଗ ଓ ଝିଅ ପ୍ରିୟଦର୍ଶିନୀର ପରିଶ୍ରମ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଆଶିର୍ବାଦରୁ ସଫଳତା ମିଳିଥିବା ସୂଚନା ଦେଇଛନ୍ତି । ତାଙ୍କର ଏହି ସଫଳତା ଖବର ପାଇ ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି ।