ମା କୁ ଉପହାର ଦେଇ, ପିଲାଙ୍କୁ ଅପହରଣ
କଟକ, ୧୮/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଦର୍ଶକ ବନ୍ଧୁ ଏମିତି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରେ। ସୂଚନା ଅନୁଯାୟୀ ବାହାର ରାଜ୍ୟ ରୁ ଆସିଥିବା ମହିଳା ଜଣକ କିଛି ଦିନ ହେବ ଜଗତସିଂହପୁର ଜିଲ୍ଲା ହାଟ ବଜାର ନିକଟରେ ରେ ରହି କାମ ଧନ୍ଦା କରି ଚଳୁଥିଲେ। ତାଙ୍କର ଦୁଇଟି ପିଲା ଥିଲେ। ରାଜା ସିଂ ନାମକ ଯୁବକ ମହିଳାଙ୍କୁ ଜାଣିଥିଲେ ଓ ତାଙ୍କୁ କହିଥିଲେ ଯେ ତାଙ୍କ ପିଲା ଦୁଇ ଜଣକୁ ଦେବାପାଇଁ। କିନ୍ତୁ ମହିଳା ଜଣକ ଏଥିରେ ଅରାଜି ହେଇଥିଲେ। ଏହାପରେ ଯୁବକ ଜଣକ ମହିଳାଙ୍କୁ ରୂପା ଓ କିଛି ଟଙ୍କା ଦେଇଥିଲେ। ମହିଳା ଜଣକ ପିଲା ଦୁଇ ଜଣକୁ ରହୁଥିବା ସ୍ଥାନରେ ଛାଡି କାମକୁ ଯାଇଥିଲା ବେଳେ ଅଭିଯୁକ୍ତ ଜଣକ ଆସି ତାଙ୍କ ଘର ପାଖରୁ ପିଲା ଦୁଇଟି କୁ ଅପହରଣ କରି ଭୁବନେଶ୍ୱର ନେଇଥିଲେ। ପରେ କଟକ ଆସି ପିଲା ଙ୍କୁ ନେଇ ଟ୍ରେନ ଯୋଗେ ଫେରାର ହୋଇ ଯାଇଥିଲେ। ଏନେଇ ମହିଳା ଜଣକ ଜଗତସିଂହପୁର ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାର ରେ ଗୋଟେ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶେଷରେ ଅଭିଯୁକ୍ତ କୁ କାବୁ କରିବା ସହ ପିଲା ଦୁଇଟି କୁ ଉଦ୍ଧାର କରିଥିଲେ। କଣପାଇଁ ପିଲାଙ୍କୁ ଅପହରଣ କରି ନେଇଥିଲେ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ