Hot Posts

6/recent/ticker-posts

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ।

କଳାହାଣ୍ଡି, ୧୮/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅନଲାଇନ୍‌ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ଆଗାମୀ ମେ ୨୦ ତାରିଖରେ ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମସ୍ତ ଔଷଧ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଔଷଧ ଦୋକାନୀମାନଙ୍କର ଏହି ଆଭିମୁଖ୍ୟକୁ ନେଇ ଆଜି ଭବାନୀପାଟଣା ସ୍ଥିତ ଏକ ଘରୋଇ ହୋଟେଲ୍‌ରେ ‘କଳାହାଣ୍ଡି କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଏସୋସିଏସନ୍’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଅଭିଯୋଗ ଅନୁଯାୟୀ, ବେଆଇନ ଭାବେ ଚାଲିଥିବା ଇ-ଫାର୍ମାସି ବା ଅନଲାଇନ୍ ଔଷଧ ବ୍ୟବସାୟ ଯୋଗୁଁ ପାରମ୍ପରିକ ଔଷଧ ବ୍ୟବସାୟୀମାନେ ଜୀବିକା ହରାଇବା ସହ ଗ୍ରାହକମାନେ ନକଲି ଔଷଧର ଶିକାର ହେବାର ଆଶଙ୍କା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଶୋକ ରାଉତ, ସମ୍ପାଦକ ନିକୁଞ୍ଜ ଦତ୍ତାଙ୍କ ସମେତ ସଂଘର ବହୁ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।