ଅନ୍ତଦୟ ଯୋଜନା ରେ ଗୃହ ନିର୍ମାଣ ର ଶୁଭାରମ୍ଭ
ଥୁଆମୂଳରାମପୁର, ୦୧/୦୫ ( ଶେଖର ସୁମନ ଦାଶ ) : ଆଜି କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ବ୍ଲକ୍ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର କନ୍ଧାଝାବି ଗ୍ରାମର ଦେରଲାଠି ପଡ଼ାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ଅଭିନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୁଭ ମାହୋଲରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଥୁଆମୂଳରାମପୁର ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀ ଦୟାନିଧି ମାଝୀ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଓ ବରିଷ୍ଠ ବିଜେପି ନେତା ଶ୍ରୀ ବାଜାରା ଭୋଇ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଓ ସାଂସଦ ପ୍ରତିନିଧି ଶ୍ରୀ ପବିତ୍ର ନାଏକ, ଜିଲ୍ଲା SC ମୋର୍ଚ୍ଚା ସଭାପତି ଶ୍ରୀ ବିଷ୍ଣୁ ନାଏକ ଉପସ୍ଥିତ ଥିଲେ। ସେହିପରି ସିନ୍ଧିପଦର ଗ୍ରାମପଞ୍ଚାୟତର PEO ଶ୍ରୀ ବଶିଷ୍ଠ ଶବର, GRS ଶ୍ରୀ ବୈକୁଣ୍ଠ ଦିଶାରୀ, ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳୀ ମାଝୀ, କନ୍ଧାଝାବି ଓ ନିଚେମସ୍କା ଗ୍ରାମର ୱାର୍ଡ ମେମ୍ବରମାନେ ମଧ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଥୁଆମୂଳରାମପୁର ଓ ଡୁମେରପଦର ମଣ୍ଡଳ ଟିମ୍, ସହିତ ସମାଜସେବୀ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱମାନେ—ଅଙ୍ଗଦ ନିଆଲ, ଜ୍ୟୋତିପ୍ରକାଶ ନିଆଲ, ନାରାୟଣ ନିଆଲ, ବାଲି ନିଆଲ—ମଧ୍ୟ ସକ୍ରିୟ ଭାବେ ଉପସ୍ଥିତ ଥିଲେ। ଗ୍ରାମର ଅନେକ ମହିଳା ଓ ପୁରୁଷ ମାନଙ୍କର ଉପସ୍ଥିତି ଏହି ଅନୁଷ୍ଠାନକୁ ଆହୁରି ଉତ୍ସାହମୟ କରିଥିଲା। କାର୍ଯ୍ୟକ୍ରମ ସମୟରେ BDO ମହୋଦୟ ଅନ୍ତୋଦୟ ଗୃହ ଯୋଜନାର କାମ କିପରି ଶୀଘ୍ର ଓ ସଫଳତାର ସହ ନିଷ୍ପାଦିତ ହେବ, ସେଥିପାଇଁ ନିଜ ମତାମତ ଓ ପରାମର୍ଶ ରଖିଥିଲେ। ଶେଷରେ, ଗ୍ରାମର ଜାନି/ଦିଶାରୀ ଶ୍ରୀ ଉଆଁସୁ ମାଝୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥଳରେ ପୂଜାର୍ଚ୍ଚନା କରାଯାଇଥିଲା, ଯାହା ଏହି ପବିତ୍ର କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ମାହୋଲ ଦେଇଥିଲା।
ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ