Hot Posts

6/recent/ticker-posts

ଏବିଭିପି ଓଡିଶା ପଶ୍ଚିମ ପ୍ରାନ୍ତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧ ଲକ୍ଷ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ନେଇଛି - ଜୀବନ ଜ୍ୟୋତି ରାଉତ

କଳାହାଣ୍ଡି, ୨୧/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାର୍ଯ୍ୟ କରୁଥିବା ବିଶ୍ଵର ସବୁଠାରୁ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ହିତରେ କାର୍ଯ୍ୟ କରୁଅଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ସଦସ୍ୟତାର ଆଧାରରେ ଏବିଭିପି ବିଶ୍ଵର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇଯିବ । ଏପ୍ରିଲ ମାସର ୨୫ ଓ ୨୬ ତାରିଖରେ କୋରାପୁଟ ଠାରେ ହେଇଥିବା ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକରେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ସଦସ୍ୟତା କରିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କଳାହାଣ୍ଡି ଜିଲ୍ଲା ରେ ୧୦୦୦୦ ସଦସ୍ଯତା ପୂର୍ଣ୍ଣ କରିବ ଏବିଭିପି ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି, ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ୩୩୧ଟି ମହାବିଦ୍ୟାଳୟ ଓ ୭ଟି ବିଶ୍ଵବିଦ୍ୟାଳୟ ରେ ଶାଖା ଗଠନ କରି ନିଜର ସ୍ଥିତି ମଜବୁତ୍ ରଖିଛି। ସେହିପରି ପ୍ରାନ୍ତର ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ଘୋଷଣା ହେବ ଓ ସେହିପରି ସମ୍ବଲପୁର ଜିଲ୍ଲାରେ ୯ ଟି ନଗର ଶାଖା ଏବଂ ୫୦ ଟି କ୍ୟାମ୍ପସ ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି ।  ଏହି ପ୍ରେସ ବିଜ୍ଞପ୍ତି ରେ ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ ,ରାଜ୍ୟ ସେବାର୍ଥେ ବିଦ୍ୟାର୍ଥୀ ସହ ସଂଯୋଜକ ରାହୁଲ ପ୍ରଧାନ ,ଜିଲ୍ଲା ସହ ସଂଯୋଜକ ଦେବାଶିଷ ପଟ୍ଟନାୟକ,ନଗର ସମ୍ପାଦକ ବିଶ୍ୱରଞ୍ଜନ ସିଂହ ଉପସ୍ଥିତ ଥିଲେ



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ