Hot Posts

6/recent/ticker-posts

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗରେ ଥାନାରେ ମାମଲା, ପୋଲିସ ତଦନ୍ତ ଆରମ୍ଭ

ରାୟଗଡ଼ା, ୦୨/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ସଦର ବ୍ଲକ ପିତାମହଲ ଗାଁ ରେ ସୁପ୍ରିୟା ବାଗସିଂ ସନ୍ଦେହଜନକ ମୃତ୍ୟୁ ଚଞ୍ଚଳତା ଖେଳାଇଛି। ଅମ୍ବାଦଳା ଗ୍ରାମର ପ୍ରଭାବତୀ ବାଗସିଂ ଝିଅ ସୁପ୍ରିୟା ଛଅ ମାସ ତଳେ ପିତମହଲ ବୃନ୍ଦାବନ ଦଣ୍ଡସେନାଙ୍କୁ ପ୍ରେମ ବିବାହ କରିଥିଲେ। ଘଟଣା ଦିନ ସୁପ୍ରିୟାଙ୍କ ମୃତ୍ୟୁ ନେଇ ତାଙ୍କ ମା’ଙ୍କୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା। ପରିବାର ଲୋକ ଗାଁରେ ପହଞ୍ଚି ପରିସ୍ଥିତି ଦେଖି ମୃତ୍ୟୁକୁ ସନ୍ଦେହଜନକ ବୋଲି କହିଥିଲେ। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସେମାନେ ଶେଷଖାଲ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତ୍ୟୁର ସଠିକ କାରଣ ରିପୋର୍ଟ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।