ମହାନଦୀ ବଞ୍ଚାଓ ଆନ୍ଦୋଳନର ବାଲି ସତ୍ୟାଗ୍ରହ : ମହାନଦୀ ଜଳ ବଣ୍ଟନ ଓ କଲମା ବ୍ୟାରେଜ୍ ପ୍ରସଙ୍ଗରେ ଉଠିଲା ଦାବି
କଟକ, ୩୦/୦୫ ( କାହୁଁ ଚରଣ ବାରିକ ) : ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି କଟକର ଯୋବ୍ରା ଆନିକଟ ତଳେ ଛିନ୍ନମସ୍ତl ଘାଟ ନିକଟରେ ବାଲି ସତ୍ୟାଗ୍ରହ ଆୟୋଜିତ ହୋଇଯାଇଛି l ଟ୍ରିବୁନାଲ ନିକଟରେ ଦାଖଲ ହୋଇଥିବା ମହାନଦୀରେ ଉପଲବ୍ଧ ଜଳରାଶିର ବିଭ୍ରାନ୍ତିକର ତଥ୍ୟକୁ ପ୍ରତ୍ୟାହାର, କଲମା ବ୍ୟାରେଜ ଗେଟ ଗୁଡିକୁ ଖୋଲା ରଖି ଖରାଦିନେ ଛତିଶଗଡ଼ ଓଡିଶାକୁ ପାଣି ଛାଡ଼ିବା ଓ ଛତିଶଗଡ଼ରେ ବେଆଇନ ଭାବରେ ନିର୍ମିତ ଜଳ ପ୍ରକଳ୍ପ ଗୁଡିକୁ ଅସିଦ୍ଧ ଘୋଷଣା କରିବା ଇତ୍ୟାଦି ଦାବି ନେଇ ଏହି ବାଲି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ।