Hot Posts

6/recent/ticker-posts

ଠାକୁରାଣୀ ଯାତ୍ରାର ପଞ୍ଚଦଶ ଦିବସରେ ଲୋକାରଣ୍ୟ; ମାଆ' ଙ୍କ ଦର୍ଶନ କଲେ ବାଚସ୍ପତି ଓ ଖଲ୍ଲିକୋଟ ବିଧାୟକ

ଭଞ୍ଜନଗର, ୧୩/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଚାଲିଥିବା ଠାକୁରାଣୀ ଯାତ୍ରା ପଞ୍ଚଦଶ ଦିନରେ ପହଞ୍ଚିଛି।ଏହି ଅବସରରେ ମା’ ଙ୍କ ସନ୍ଧ୍ୟା ଆଳତୀ ଓ ନଗର ପରିକ୍ରମା ସମୟରେ ବେଶ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି।ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ସନ୍ଧ୍ୟା ଆଳତୀ ବେଳେ ଉପସ୍ଥିତ ରହି ମାଆ'ଙ୍କର ଦର୍ଶନ କରିଥିଲେ।ଏହାପରେ ମାଆ ଅସ୍ଥାୟୀ ମଣ୍ଡପରୁ ବାହାରି ବିରାଟ ଶୋଭାଯାତ୍ରାରେ ନଗର ଭ୍ରମଣରେ ଆର ଏମ୍ ସି ପରିବା ମାର୍କେଟ ପର୍ଯ୍ୟନ୍ତ ଯାଇଥିଲେ ଦୁଇ ଠାକୁରାଣୀ। ଅନ୍ୟପଟେ କବି ସମ୍ରାଟ ରଙ୍ଗମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲାର ଐତିହ୍ୟ,ଭଞ୍ଜ ମାଟିର ବୀରଗାଥା ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବିଶ୍ୱ ବିଦିତ କାବ୍ୟ କବିତା ସମ୍ପର୍କରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବିଜେପି ଘୁମୁସର ଜିଲ୍ଲା ସଭାପତି ନୀଳ ମାଧବ ପାତ୍ର, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଠାକୁରାଣୀ ଯାତ୍ରା କମିଟି ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଭବାନୀ ପାଟଣାର ମହାବୀର ସାଂସ୍କୃତିକ ପରିଷଦ ବାଜା ସାଲ ଏବଂ ସ୍ଥାନୀୟ ୟୁନିକ ଡ୍ୟାନ୍ସ ଏକାଡେମୀ ଓ ଟିବିବି ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଯାହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ବେଶ ଉପଭୋଗ କରିଥିଲେ।