ଏନଏମଏମଏସ ପରୀକ୍ଷାରେ ଚଳନା ସ୍କୁଲ ଛାତ୍ରୀଙ୍କ ସଫଳତା
ସିନାପାଲି, ୧୫/୦୫ ( ପରମେଶ୍ୱର ମେହେର ) : ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ବା ଏନଏମଏମଏସ୍ ପରୀକ୍ଷାରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଦୁଇଜଣ ଛାତ୍ରୀ ଝରଣା ମଶ୍ରା ଓ ରାଶି ପୁଝାରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଉକ୍ତ ବୃତ୍ତି ପାଇବାକୁ ଯୋଗ୍ଯ ବିବେଚିତ ହୋଇଛନ୍ତି ା ଖବର ପ୍ରକାଶ ପାଇଲା ପରେ ବିଦ୍ଯାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଅଭିଭାବକ ମହଳରେ ଆନନ୍ଦ ପ୍ରକାଶ ପାଇଛି ା ଏନେଇ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଦୀପ ଯୋଷୀଙ୍କ ତତ୍ୱାବଧାନରେ ଏକ ସଭା କରାଯାଇ ଉଭୟ ମେଧାବୀ ଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଅଭିନନ୍ଦନ ଜଣାଇବା ସହ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ା ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଷୀ, ଶିକ୍ଷକ ବୈଷ୍ଣବ ମେହେର, କିଶୋର ଚଂଦ୍ର ମେହେର, ଶିକ୍ଷୟିତ୍ରୀ ସୁମିତ୍ରା ମେହେର ଉପସ୍ଥିତ ରହି ଶୃଙ୍ଖଳିତ ଓ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳେ ବୋଲି ମତ ପୋଷଣ କରିଥିଲେ ା ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେଲା ଲଗାତାର ଭାବରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଏନଏମଏମଏମ ପରୀକ୍ଷାରେ ସଫଳତା ପାଇ ଆସୁଥିବା ନେଇ ସାଧାରଣରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି l