କାନ୍ଧରେ କଙ୍କାଳ, ଆଖିରେ ନ୍ୟାୟର ସ୍ୱପ୍ନ” — ଜିତୁ ମୁଣ୍ଡାଙ୍କ କରୁଣ କାହାଣୀ
✍️କାର୍ତ୍ତିକ ବେହେରା
ଓସ୍ତଯୋଡ଼ି, କୁମ୍ଭାରସାହି, କେନ୍ଦୁଝର
ଜଙ୍ଗଲ ପଥର ଧୂଳିରେ ଜୀବନ
ନୀରବ ହୃଦୟେ ନୀରବ କ୍ରନ୍ଦନ,
କାନ୍ଧ ଉପରେ କଙ୍କାଳର ଭାର,
ଆଖିରେ ଅଶ୍ରୁ, ହୃଦୟେ କଷଣ ଆସର।
ଭଉଣୀ ଥିଲା ସ୍ନେହର ଦୀପ,
ଦାରିଦ୍ର୍ୟତା ଗ୍ରାସି ଦେଲା ତା'ର ଜୀବନ ପ୍ରଦୀପ।
ଜୀବନ ସାରା ଦୁଃଖ ଜ୍ଵାଳା ସହି,
ଶେଷରେ ମୃତ୍ୟୁ କୋଳେ ଗଲା ସେ ଶୋଇ।
ବ୍ୟାଙ୍କ ଦ୍ୱାରେ ଜିତୁ ଭଉଣୀର ଅର୍ଥ ଲୋଡ଼ିଲେ,
ବ୍ୟାଙ୍କକର୍ମଚାରୀଙ୍କୁ କହୁଥିଲା କମ୍ପିତ ସ୍ୱରେ—
“ଭଉଣୀର ଅଧିକାର ଟଙ୍କା
ଦିଅ ମୋତେ ନ୍ୟାୟର ହାତେ”
ବ୍ୟାଙ୍କ କର୍ମଚାରୀ ଭ୍ରୁକ୍ଷେପ କଲେ ତାକୁ ତୁରିତେ ।
କିନ୍ତୁ ଶୁଣିଲା କିଏ ସେ ବେଦନା?
କାଗଜ ତଳେ ମଣିଷ ହାରିଲା ,
ନିୟମ ଭିତରେ ମାନବିକତା,
ନୀରବ ହୋଇ କେଉଁଠି ରହିଲା ତା' ବାରତା
କଙ୍କାଳ ଆଜି କଥା କହେ,
ଗରୀବ ମନର ଦୁଃଖ ଗାଏ,
ଆଦିବାସୀର ନୀରବ ଲୁହ,
ସମାଜ ଆଖିରେ ପ୍ରଶ୍ନ ହୁଏ।
ଜିତୁ ନୁହେଁ କେବଳ ସେ ଜଣେ ଭାଇ,
ସେ ଏ ଯୁଗର ଯନ୍ତ୍ରଣା ସ୍ୱର,
ନ୍ୟାୟ ଖୋଜେ ଆଜି କାନ୍ଧେ କଙ୍କାଳ
ଚାଲିଲା ହୋଇ ପ୍ରତିବାଦ ଅଗ୍ନିଶିଖର।
ଆସ ଆମେ ସର୍ବେ ଶପଥ ନେବା,
ମାନବିକତାର ଦୀପ ଜାଳିବା ।
କେବେ ନିର୍ବାପିତ ନ ହେଉ ଏ ଦୀପ
ଗରୀବର ଲୁହ ନ ହେଉ ପ୍ରକୋପ ।