Hot Posts

6/recent/ticker-posts

ଲୁନାଚାଳକ କୁ ଧକାଦେଲା ମାଲବାହୀଟ୍ରକ ୧ ମୃତ

ଭଦ୍ରକ, ୦୩/୦୫ ( ମାନସ କୁମାର ସାହୁ ) : ସୂଚନା ମୁତାବିକ-ଭଦ୍ରକ ସଦର ବାଇପାସ ନିକଟ ୟୁନାନୀ ମେଡିକଲ ନିକଟ ରେ ଏକ ମାଲବାହୀ ଟ୍ରକ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଲୁନା ଗାଡିସହ ଚାଲାକକୁ ଧକାଦେଇଥିଲା, ସ୍ଥାନୀୟଲୋକେ ତୁରନ୍ତ ଲୁନାଚାଲକକୁ ନିକଟ ମେଡିକଲରେ ଦେଖାଇଥିଲେ , ଡାକ୍ତର ତାକୁ ମୃତଘୋଷଣା କଲେ , ସଙ୍ଗେସଙ୍ଗେ ସ୍ଥାନୀୟଲୋକ ଉତ୍ୟକ୍ତ ହୋଇ ଭଦ୍ରଜ ଠୁ ଚାନ୍ଦବାଲି ମୁଖ୍ୟରାସ୍ତା ଅବରୋଧ କରିଥିଲେ, ଖବରପାଇ ଭଦ୍ରକ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳେ ପହଂଚି ମୃତକପରିବାରକୁ ବହୁ ବୁଝାବୁଝି ତଥା କ୍ଷତିପୂରଣପାଇଁ ସେମାଙ୍କପରିବାର ଲୋକଙ୍କସହ ଆଲୋଚନା ପରେ ରାସ୍ତା ଅବରୋଧରୁ ସ୍ଥାନୀୟଲୋକେ ଉଠିଥିଲେ। ମୃତକ ବ୍ୟକ୍ତି ଙ୍କ ନାମ-କୁର୍ବାନ ଖାନ ବୋଲିସୂଚନା ମିଳିଛି,ତଥା ଉକ୍ତ ସ୍ଥାନରେ ବାରମ୍ବାର ଏଭଲି ଭାରିଜାନ ଯାତାୟାତ ସମୟରେ ବହୁବାର1 ଦୁର୍ଘଟଣା ରୋକିବାପାଇଁ ଭଦ୍ରକ ଜିଲା ପ୍ରଶାସନ କୁ ନିବେଦନ କରିଛନ୍ତି।