Hot Posts

6/recent/ticker-posts

କଟକ ମହାନଗର ନିଗମର ୮ ଷ୍ଟାଣ୍ଡିଙ୍ଗ କମିଟି ପାଇଁ ଅଧ୍ୟକ୍ଷ ନିର୍ବାଚନ ସମ୍ପନ୍ନ

କଟକ, ୦୭/୦୫ ( କାଁହୁ ଚରଣ ବାରିକ ) : କଟକ ମହାନଗର ନିଗମ କାର୍ଯ୍ୟଳୟ "ବିଜୁ ଭବନ"ର ସମ୍ମିଳନୀ କକ୍ଷ ରେ କଟକ ମହାନଗର ନିଗମ ର ୮ ଗୋଟି ଷ୍ଟାଣ୍ଡିଙ୍ଗ କମିଟି ପାଇଁ ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଅନୁସାରେ ମାନ୍ୟବର କଟକ ମେୟର ସୁବାସ ସିଂହ କଣ୍ଟ୍ରାକଟ ଷ୍ଟାଣ୍ଡିଙ୍ଗ କମିଟିର ସ୍ଥାୟୀ ଅଧ୍ୟକ୍ଷ ଭାବରେ ରହିଥିଲାବେଳେ, ଡେପୁଟି ମେୟର ଦମୟନ୍ତୀ ମାଝୀ ଟାକ୍ସସେସନ , ଫାଇନାନ୍ସ ଏବଂ ଆକାଉଣ୍ଟସ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷା ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି , ୱାର୍ଡ ନମ୍ବର ୩ ର କର୍ପୋରେଟର ପ୍ରଦୀପ କୁମାର ରାଉତ ପ୍ଲାନିଂଙ୍ଗ ଏବଂ ଡେଭେଲପମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି , ୱାର୍ଡ ନମ୍ବର ୧୦ କର୍ପୋରେଟର ମୋନାଲିଶା ଦାସ ପାର୍କ ପ୍ଲାଣ୍ଟେସନ ଏବଂ ଏଜୁକସନ, ରିକ୍ରିଏସନ ଏବଂ କଲ୍ଚରାଲ ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷା ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି , ୱାର୍ଡ ନମ୍ବର ୪୪ କର୍ପୋରେଟର ପ୍ରଦୀପ୍ତ କିଶୋରେ ଖୁଣ୍ଟିଆ , ପବ୍ଲିକ ୱର୍କସ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି, ୱାର୍ଡ ନମ୍ବର ୧୭ କର୍ପୋରେଟର ଏ ଶ୍ରୀଦେବୀ ଲାଇସେନ୍ସ ଏବଂ ଅପିଲ ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷା ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି , ୱାର୍ଡ ନମ୍ବର ୨୪ କର୍ପୋରେଟର ଦିପ୍ତିମୟୀ ମୂଳିଆ ପବ୍ଲିକ ହେଲଥ , ୱାଟର ସପ୍ଲଏ , ଇଲେଟ୍ରିକ ସପ୍ଲଏ , ଡ୍ରେନେଜ ଏବଂ ଏନଭାରୋମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି, ସେହିପରି ୱାର୍ଡ ନମ୍ବର ୪୬ କର୍ପୋରେଟର ପ୍ରଳୟା ବେଉରା , ଗ୍ରିଭାନ୍ସ ଏବଂ ସୋସିଆଲ ଜଷ୍ଟିସ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି, ୱାର୍ଡ ନମ୍ବର ୫୧କର୍ପୋରେଟର ରାକେଶ ସ୍ୱାଇଁ , କର୍ପୋରେସନ ଏଷ୍ଟାବିଲ୍ସମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭାବରେ ପୂର୍ଣ୍ଣନିର୍ବାଚିତ ହୋଇଛନ୍ତି ।