Hot Posts

6/recent/ticker-posts

କଟକ ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍ ପରିସରରେ ଆଥଲେଟିକ୍ସ ଗ୍ରୀଷ୍ମକାଳିନ ପ୍ରଶିକ୍ଷଣ ଶିବିର ଉଦଘାଟିତ

କଟକ, ୦୭/୦୫ ( କାଁହୁ ଚରଣ ବାରିକ ) : କଟକ ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍ ପରିସରରେ ଆଥଲେଟିକ୍ସ ଗ୍ରୀଷ୍ମକାଳିନ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବ ରେ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ଭେଟରାନ ମାରାଥନର ବିବେକାନନ୍ଦ ତ୍ରିପାଠୀ, ଜଣାଶୁଣା କୋଚ ଅରୂଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଶା ଆଥଲେଟିକ୍ସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୧ ଜଣ ବାଳକ ଓ ବାଳିକା ଆଥଲେଟ୍ ଭାଗ ନେଉଛନ୍ତି। ତିନି ସପ୍ତାହ ଧରି ଏହି ଶିବିର ବାରବାଟୀ ଷ୍ଟାଡିୟମ, ରିଜର୍ଭ ପୋଲିସ ଗ୍ରାଉଣ୍ଡ ଓ ସତ୍ୟବ୍ରତ ଷ୍ଟାଡିୟମ ରେ ଚାଲିବ। ଏଥିରୁ ୧୫ ଜଣ ଶ୍ରେଷ୍ଠ ଆଥଲେଟ୍ ଚୟନ କରାଯାଇ ଓଡିଶା ଆଥଲେଟିକ୍ସ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ମନୋନୀତ ହେବେ।

କଟକ ରୁ କାଁହୁ ଚରଣ ବାରିକ 
ନବଦୁତ News#