Hot Posts

6/recent/ticker-posts

ବନବିଭାଗ ଅଧିକାରୀ ,କର୍ମଚାରୀ ୩ ଆଦିବାସୀ ଙ୍କୁ ଅମାନୁଷିକ ଅକଥନୀୟ ନିର୍ଯ୍ୟାତନା।

କଳାହାଣ୍ଡି, ୦୮/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କର୍ଲାପାଟ ଅଭୟାରଣ୍ୟ , ତେନ୍ତୁଳିପଦର ଗାଁର ୩ ଆଦିବାସୀ ଙ୍କୁ ଉଠାଇ ନେଲେ ।ତିନି ରାତି ରଖି ପ୍ରବଳ ପିଟିଲେ ।ପ୍ଳାଷ୍ଟିକ ପାଇପ୍ ରେ ଜୋତାରେ ମାଡ଼ ଦେଇ ଲେଟ୍ରିଙ୍ଗ ପାଖରେ ରଖିଲେ ।ମଦ ପିଇ ବାଡ଼େଇଲେ ।ମେଡିକାଲ ରିପୋର୍ଟ ସାଧାରଣ କରିବା ପରେ କୋର୍ଟ ଚାଲାଣ କଲେ ।ହେଲେ ଅସହ୍ୟ ନିର୍ଯ୍ୟାତନା ସହିଥିବା ଆଦିବାସୀ ଆଇନ ର ଦ୍ବାରସ୍ଥ ।ଭୁଲ ହୋଇଛି କହି କମ୍ପରମାଇଜ ପାଇଁ ସବୁଦିନ ଗାଁ ଯାଉଛି ବନ ବିଭାଗ।
୧.ଅମାନବୀୟ ,ଅମାନୁଷିକ ଭାବେ ଆଦିବାସୀ ଙ୍କୁ ଅତ୍ୟାଚାର ନିର୍ଦ୍ଧୁମ ମାଡ !
୨.ନିଆଁ ଲଗାଇ ଥିବା ଅଭିଯୋଗରେ ଉଠାଇନେଲେ ,ମଦ ପିଇ ମଜା ନେଇ ନେଇ ମାରିଲେ !
୩.କାହିଁକି ଓ କେଉଁ ରାଗରେ ସୁଝାଇବା ପାଇଁ ଆଦିବାସୀ ଙ୍କୁ ଅତ୍ୟାଚାର କଲେ ବନକର୍ମଚାରୀ ଅଧିକାରୀ!
୪.ବନ ଦୁର୍ନିତି ରେ ବାଧା ଦେଉଥିଲେ କି ଗ୍ରାମବାସୀ ! 
 ଏପ୍ରିଲ ୧୦ ତାରିଖ ,କଳାହାଣ୍ଡି ଜିଲ୍ଳା କର୍ଲାପାଟ ଅଭୟାରଣ୍ୟ ରେ ନିଆଁ ଲାଗିଥାଏ ।ତେନ୍ତୁଳିପଦର ର ତିନି ଜଣ ଲୋକଙ୍କୁ ନିଆଁ ଲିଭାଇବା ପାଇଁ ଡାକି ନେଲେ ବନବିଭାଗ କର୍ମଚାରୀ ।ନିଆଁ ଲିଭାଇ ଫେରୁଥିବା ବେଳେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ନିଆଁ ଲିଭାଇଥିବା ତିନି ଆଦିବାସୀ ଙ୍କୁ ଉଠାଇ ଆଣିଲେ ଭବାନୀପାଟଣା କର୍ଲାପାଟ ରେଞ୍ଜ ଅଫିସ ।୩ ରାତି ଟଇଲେଟ ପାଖରେ ରଖିଲେ ,ଅମାନୁଷିକ ଭାବେ ପ୍ଳାଷ୍ଟିକ ପାଇପ୍ ରେ ନିର୍ଦ୍ଧୁମ ପିଟିଲେ ।ଜୋତା ଖୋଲି ପିଟିଲେ ,ତିନି ଦିନ ମଦ ପିଇ ପିଟିଲେ, ଗାଳିଗୁଲଜ ସହ ଅସହ୍ୟ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଲେ ।ଯେମିତି ମାଡ଼ ଦେଇ ମଜା ନେଉଥିଲେ ।ତିନି ଆଦିବାସୀ ଚାଲିବା ମଧ୍ୟ ସକ୍ଷମ ନଥିଲା ।ମାନବିକତା ର ସିମାପାର ହୋଇଗଲା ।୧୨ ତାରିଖ କୋର୍ଟ ଚାଲାଣ ପରେ ,ତେନ୍ତୁଳିପଦର ଗ୍ରାମବସୀ କର୍ଲାପାଟ ବନବିଭାଗ ଅଧିକାରୀ ,କର୍ମଚାରୀ ଙ୍କ ବିରୁଦ୍ଧ ରେ କର୍ଲାପାଟ ଥାନାରେ ଅଭିଯୋଗ କରିଛନ୍ତି । ଯେଉଁ ତେନ୍ତୁଳିପଦର ଜଙ୍ଗଲଗ୍ରାମ ରେ ପରିଚିତ ।ସେଠିକାର ଲୋକେ ଜଙ୍ଗଲ ସୁରକ୍ଷା କରିଥାନ୍ତି ।ହେଲେ କାହିଁକି ନିରିହ ଆଦିବାସୀଙ୍କ ପ୍ରତି ଅସହ୍ୟ ନିର୍ଯ୍ୟାତନା ଦେବା ପଛର ଉଦ୍ଦେଶ୍ୟ କଣ ! ବନବିଭାଗ ସ୍ୱିକାର କରୁଛି ,କିଛି କଥା ବାହାର କରିବା ପାଇଁ ସାମାନ୍ୟ ମାଡ଼ ହୋଇଛି ।ଏହି ଘଟଣା ଏବେ ମାନବ ଅଧିକାର ଙ୍କ ପାଖରେ ମଧ୍ୟ ଅଭିଯୋଗ ହୋଇଛି।ହେଲେ ବନ ବିଭାଗ ଅଧିକାରୀ କମ୍ପରମାଇଜ ପାଇଁ ଲକ୍ଷେ ଯାଚିଲେଣି । ଅମାନବୀୟ ଅମାନୁଷିକ ଅସହ୍ୟ ନିର୍ଯ୍ୟାତନା ।ଯଦି ଘଟଣା ସତ ତେବେ ସାଂଘାତିକ ,ଯେଉଁ କର୍ମଚାରୀ ଅଧିକାରୀ ମାଡ ମାରିଛନ୍ତି ତାଙ୍କ ବିରୁଦ୍ଧ ରେ ହେବ କି କଡ଼ା କାର୍ଯ୍ୟାନୁଷ୍ଠାନ ।

କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ