ରାୟଗଡ଼ା, ୦୮/୦୫ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆଜି “ଜୁଭେଣ୍ଡିକା – ସିଡବ୍ଲୁପିଓ ଆଉଟରିଚ୍ ୱିଥ୍ କିଶୋରସେନା” କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଏହି ନୂଆ ପଦକ୍ଷେପ ଆସନ୍ତାକାଲିଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ। ପୋଲିସ ଓ ଜନସାଧାରଣ, ବିଶେଷକରି ନାବାଳକମାନଙ୍କ ମଧ୍ୟରେ ଥିବା ଦୂରତା କମାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଆସନ୍ତା ୮ ତାରିଖ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାର ସମସ୍ତ ଥାନାରେ ଏହା ଆୟୋଜିତ ହେବ। ପ୍ରତ୍ୟେକ ଥାନାର ସିଡବ୍ଲୁପିଓ ଅଧୀନରେ ଥିବା ୫ଟି ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ସହ ଏହି କାର୍ଯ୍ୟକ୍ରମ ଚାଲିବ। ନାବାଳକମାନେ ପୋଲିସକୁ ଭୟ ନକରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିବା ଓ ସହଯୋଗୀ ଭୂମିକା ନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାୟଗଡ଼ା ଏସପି ପ୍ରେସମିଟରେ ପ୍ରକାଶ କରିଛନ୍ତି।