କଳାହାଣ୍ଡିରେ ଚାଷୀ ଆନ୍ଦୋଳନ ତୀବ୍ର : ଭବାନୀପାଟଣା–ଜୟପୁର ଯାତାୟାତ ଠପ
କଳାହାଣ୍ଡି, ୦୮/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ରବିଧାନ ପଞ୍ଜିକରଣ ଦାବିରେ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ, ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ରହିଛି ।ସକାଳ ୬ଟା ରୁ ରାସ୍ତା ଅବରୋଧ କରିଛନ୍ତି । କୋକସରା ,ଧର୍ମଗଡ଼ ଅଞ୍ଚଲର ୧୫ ହଜାର ଚାଷୀ ଙ୍କ ରବି ଧାନ କିଣା ପାଇଁ ପଞ୍ଜିକରଣ ହୋଇପାରୁନାହିଁ । ରବି ଧାନ କିଣା ପାଇଁ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାର ଜନ ପ୍ରତିନିଧି ଓ ଚାଷି ପ୍ରତିନିଧି ଦଳ ରାଜ୍ୟ ସରକାର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଚାଷି ଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନ ର ରୂପ ନେଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ