ଆଜି ଜୁନାଗଡ଼ ବ୍ଲକ ସମ୍ମୁଖରେ କେନ୍ଦ୍ର_ଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବି_କରିଛି_AISF କଳାହାଣ୍ଡି ଜିଲ୍ଲା ପରିଷଦ
ଜୁନାଗଡ଼, ୨୭/୦୫ ( ରିତେଶ କୁମାର ମୁଣ୍ଡ ) : ବାରମ୍ବାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି #NTA, ୩ ବର୍ଷ ଭିତରେ ୨ ବର୍ଷ, ଅର୍ଥାତ୍ ୨୦୨୪ ଓ ୨୦୨୬ ରେ #NEET ପେପର୍ ଲିକ୍ ଘଟଣା ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ଭରସାକୁ ଭଙ୍ଗ କରିଦେଇଛି। ଏହି ଅବ୍ୟବସ୍ଥା ଓ ଅବହେଳା ପାଇଁ କେନ୍ଦ୍ର #bjp ସରକାର ସିଧାସଳଖ ଭାବେ ଦାୟୀ। ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଭବିଷ୍ୟତ ସହ ଏଭଳି ଖେଳ କେବେ ବି ସହ୍ୟ କରାଯିବ ନାହିଁ। ଏହାର ପ୍ରତିବାଦରେ ଅଖିଳ ଭାରତ ଛାତ୍ର ସଂଘ (#AISF)କଳାହାଣ୍ଡି ଜିଲ୍ଲା ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ପ୍ରତିବାଦ କରାଯାଇଥିଲା।
ଦାବିଗୁଡ଼ିକ ହେଲା:
🔴 ଅଯୋଗ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଇସ୍ତଫା ଦିଅନ୍ତୁ।
🔴NEET ପରୀକ୍ଷା ପ୍ରଣାଳୀକୁ ଉଚ୍ଛେଦ କରାଯାଉ।
🔴NEET ଛାତ୍ରଛାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରନ୍ତୁ।
🔴କ୍ଷତିପୂରଣ ସ୍ୱରୂପ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୦୦୦ ଟଙ୍କା ସହାୟତା ଦିଆ
ଏହି ପ୍ରତିବାଦ ସଭା ରେ ଜିଲ୍ଲା ସଭାପତି ରାଜାରାମ ଡ଼ଙ୍ଗରୀ AISF ସମ୍ପାଦକ ଦୋଳେଶ୍ଵର ଖମାରି ଉପସଭାପତି ଲିଙ୍ଗକାନ ବାଗ, ଟାଟା ନାଏକ, ମାଧୁରୀ ଦାଣ୍ଡି, ମାମୁନି ଡଙ୍ଗରୀ, ରୋହିତ ବେଶରା ସାନୁ ଗୋପାଳ ପ୍ରଶାନ୍ତ ନାଏକ ସାନୁ କୁମାର ରଜତ ତାଣ୍ଡି ଉପସ୍ଥିତ ଥିଲେ.
କଳାହାଣ୍ଡି ଜୁନାଗଡ଼ ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ