୨୪ ନିର୍ବାଚନର ଆଶାୟୀ ଏମଏଲଏ ପ୍ରାର୍ଥୀ ଆଜିର ଓଏଏସ ଅଫିସର: ସୋରର ଗର୍ବ ଶିବାନୀଙ୍କ ଓଏଏସ୍ ପରୀକ୍ଷାରେ ୧୩୮ତମ ସ୍ଥାନ ହାସଲ
ସୋର, ୨୮/୦୫ (ନିରୋଜ କୁମାର ସେଠୀ) : ସମୟ କେତେବେଳେ କାହାକୁ କେଉଁଠି ନେଇ ପହଞ୍ଚାଏ ତା କେବଳ ଭଗବାନ ଙ୍କୁ ଜଣା। ମ୍ୟାଟ୍ରିକରୁ ମେଧାବୀ ଛାତ୍ର ବୋଲି ପ୍ରମାଣିତ କରିଥିଲେ ସେ। ସେହି ସଫଳତାରେ ଯାଇ ଆଇଆଇଏମରେ ପାଠ ପଢିଲେ ହେଲେ ଲୋକ ସେବା କରିବା ପାଇଁ ମନ ବଳାଇଲା। ଆଉ ତାପରେ ଗତ ସାଧାରଣ ନିର୍ବାଚନରେ ସୋର ବିଧାନସଭା ଆସନରେ ପ୍ରାର୍ଥୀ ହେବା ପାଇଁ ଆଶା କରିଥିବା ଯୁବନେତା ଶିବାନୀ ଶଙ୍କର ରାୟ ଆଜି ଓଏଏସ୍ ପାଇଛନ୍ତି। ସୋରର ଶିବାନୀ ସାରା ରାଜ୍ୟରେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଗତକାଲି ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୩୮ତମ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି। ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ଵର ନିବାସୀ ସ୍ବର୍ଗତ କହ୍ନେଇ ଚରଣ ରାଉତ ଏବଂ ରଂଜିତା ନାୟକଙ୍କ ଏକମାତ୍ର ପୁଅ ଶିବାନୀ ଶଙ୍କର ରାୟ । ସେ ସତ୍ୟାନନ୍ଦ ହାଇସ୍କୁଲ୍ରେ ପାଠ ପଢ଼ୁଥିବା ବେଳେ ମ୍ୟାଟ୍ରିକ୍ରେ ୯୩ ପ୍ରତିଶତ ନମ୍ବର ରଖିଥିଲେ। ବିଜେବି କଲେଲଜରୁ ଯୁକ୍ତଦୁଇରେ ଉତ୍ତୀର୍ଣ୍ଣ ହେବା ପରେ ଇନ୍ଦୋର ଆଇଆଇଏମ୍ରେ ଏମବିଏ କରିଥିଲେ | ତେବେ ବର୍ତ୍ତମାନ ସେ ଦିଲ୍ଲୀସ୍ଥିତ ନ୍ୟାସ୍ନାଲ୍ ଡିଫେନ୍ସ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର୍ ଭାବେ କାର୍ଯ୍ୟରତ ଅଛନ୍ତି।