Hot Posts

6/recent/ticker-posts

ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ପିଲିପଦର ଅଞ୍ଚଳବାସୀ ।

ଫିରିଙ୍ଗିଆ, ୨୬/୦୫ ( ବାଳକୃଷ୍ଣ କହଁର ) : ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ମାଳମାଳ ଯୋଜନା କରୁଛନ୍ତି ସତ କିନ୍ତୁ ଏଠି ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନ ଇଛା ଶକ୍ତି ଅଭାବ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ପିଲିପଦର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ରାଜ କୋଷ ରୁ କୋଟି କୋଟି ଟଙ୍କା ସରକାର ବ୍ୟୟ ବରାଦ କରୁଛନ୍ତି ସତ ତଥାପି ଉପାନ୍ତ ଅଞ୍ଚଳରେ ବିକାଶ ସାତ ସପନ ପାଲଟିଛି। ଏପରି ଅନେକ ଗ୍ରାମ ଅଛି ଯାହା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ତଳ ଡାଙ୍ଗାଣାମୁ ଗ୍ରାମ ର ପିଲିପଦର ସାହିରେ ୧୫ ପରିବାର ୭୫ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ବଣ ପାହାଡ଼ ଘେରା ଏହି ଗ୍ରାମବାସୀ ଜଙ୍ଗଲରେ ସଂଘର୍ଷ କରି ଜୀବନ ଯାପନ କରୁଛନ୍ତି।ତେବେ ଦୁଃଖ ଓ ପରିତାପର ବିଷୟ ସ୍ଵାଧୀନତା ର ୭୯ ବର୍ଷ ପରେ ମଧ୍ୟ ଏହି ଗ୍ରାମ ବିକାଶ ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିନାହିଁ । ଏହି ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ବିଜୁଳି ଆଲୁଅ ସାତ ସପନ ପାଲଟିଛି । ବିଭିନ୍ନ ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି ଏହି ଗ୍ରାମର ଲୋକେ । ସର୍ବଦା ଖାଲଖମା ଭରା ପାହାଡ଼ିଆ ରାସ୍ତା ଦେଇ ଯାତାୟାତ କରନ୍ତି I ଜରୁରୀ କାଳୀନ ପରିସ୍ଥିତି ରେ ଏହି ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରେ ନାହିଁ ଏଣୁ କାହାରି କିଛି ଗୁରୁତ୍ୱର ସ୍ଵାସ୍ଥ୍ୟଗତ ସମସ୍ୟା ହେଲେ ଦୋଳାରେ ବୁହା ହୋଇ ପ୍ରାୟ ୭ କିଲୋମିଟର ଦୂର ପିଚୁ ସଡ଼କ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ। ଅନେକ ସମୟରେ ଲୋକେ ଅକାଳ ମୃତ୍ୟୁର ଶିକାର ହେଉଥିବା ନଜର ରହିଛି ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଗୁଡ଼ି, ବାଲି, ସିମେଣ୍ଟ, ରଡ଼ ଆଦି ପରିବହନ ହୋଇ ପାରୁ ନଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଗ୍ରାମରେ ପକ୍କା ଘର ଟିଏ ମଧ୍ଯ କରିପାରୁ ନାହାନ୍ତି। ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଆଜିବି ଲୋକେ ଡିବିରି ଆଲୁଅ ଉପରେ ଭରସା କରୁଛନ୍ତି । ସନ୍ଧ୍ୟା ହେଲେ ବନ୍ୟ ଜନ୍ତୁ ଭୟରେ ତାଟି କବାଟ ବନ୍ଦ ହୋଇଯାଏ । ଆଲୁଅ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ରହୁଛି। ଦେଶ ବିଦେଶର ଖବର ହେଉ କି ମନୋରଞ୍ଜନ ଆଦି ସୁବିଧାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ । ଭୋଟ ସମୟରେ ମାଳ ମାଳ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇ ପୋତି ପକାନ୍ତି, ହେଲେ ହତେଇଲା ପରେ କାହାର ଦେଖା ନାହିଁ । ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଅନେକ ଥର ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଗ୍ରାମବାସୀ । ଏଣୁ ଏଥିପ୍ରତି ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି କେବେ ପଡ଼ିବ ତାହା ଅପେକ୍ଷାରେ ଅଞ୍ଚଳବାସୀ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ