Hot Posts

6/recent/ticker-posts

କଟକ ଏସସିବି ମେଡିକାଲ କେନ୍ଦ୍ରୀୟ ଶବଗୃହରେ ନୂତନ ଫ୍ରିଜର ମେସିନ୍ ଉଦଘାଟିତ।

କଟକ, ୨୬/୦୫ ( କାହୁଁ ଚରଣ ବାରିକ ) : କଟକ ଏସସିବି ମେଡିକାଲ କେନ୍ଦ୍ରୀୟ ଶବଗୃହରେ ନୂତନ ଫ୍ରିଜର ମେସିନ୍ ଉଦଘାଟିତ। ଏକାଥରକେ ୧୦ଟି ଶବକୁ ଶୀତତାପ ନିୟନ୍ତ୍ରିତ ବାକ୍ସରେ ରଖାଯିବାର ବ୍ୟବସ୍ଥା ରହିଛି।ଆଗରୁ ପୁରୁଣା ଫ୍ରିଜର ମେସିନ୍ ବିଭିନ୍ନ ସମୟରେ ଖରାପ ହେବାଯୋଗୁଁ ଶବ ଗୁଡିକ ସଂରକ୍ଷିତ ନ ହୋଇ ନଷ୍ଟ ହେଇଯାଉଥିଲା। ଏସସିବି ମେଡିକାଲ ଅଧୀକ୍ଷକ ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଫ ଏମ୍ ଟି ବିଭାଗର ଡାକ୍ତର ଓ ହସ୍ପିଟାଲ ମ୍ୟାନେଜର ଉପସ୍ଥିତ ଥିଲେ।