Hot Posts

6/recent/ticker-posts

ବିଦ୍ୟୁତ୍ ତାର ଲାଗି ଜଳିଗଲା କେନ୍ଦୁପତ୍ର ବୋଝେଇ ଟ୍ରାକ୍ଟର

ନୂଆପଡ଼ା, ୦୫/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ସଦର ବ୍ଲକ ଟାନୱାଟ ଗାଁ ଭିତରେ ସୋମବାର ବିଦ୍ୟୁତ୍ ତାର ଲାଗି ଏକ କେନ୍ଦୁପତ୍ର ବୋଝେଇ ଟ୍ରାକ୍ଟର ଜଳିଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୦ଟା ସମୟରେ ଟାନୱାଟ ଗାଁ ଫଡିରୁ ଚଳିତବର୍ଷ ଖରିଦ କରାଯାଇଥିବା କେନ୍ଦୁପତ୍ର ଭର୍ତ୍ତି ବସ୍ତା ଏକ ଟ୍ରାକ୍ଟରରେ ବୋଝେଇ କରି ଖରିଆର ରୋଡ ପତ୍ର ଗୋଦାମ ଅଭିମୁଖେ ବାହାରିଥିଲା। ହେଲେ ଟାନୱାଟ ବସ୍ତି ସାହୁପଡ଼ାଠାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ଏହା ଦେଖ୍ ସ୍ଥାନୀୟ ନେ ଲୋକେ ଚିତ୍କାର କରିବାରୁ ଡ୍ରାଇଭର ଟ୍ରାକ୍ଟର ଅଟକାଇ ଡେଇଁ ପଡିଥିଲେ। ଶୁଖା ପତ୍ର ହୋଇଥିବାରୁ ନିଆଁର ଗତି ପ୍ରଖର ରହିଥିଲା। ମାତ୍ର ୧୦ରୁ ୨୦ ମିନିଟ ଭିତରେ ସବୁ ପୋଡି ପାଉଁଶ ହୋଇଯାଇଥିଲା। ନୂଆପଡ଼ା ଅଗ୍ନିଶମ ବିଭାଗ କ କର୍ମଚାରୀ ରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ସବୁ ପୋଡ଼ିଯାଇଥିଲା। ଏଥିରେ ଟ୍ରାକ୍ଟର ଆଂଶିକ ପୋଡିଯାଇଛି। ଏହି ନିଆଁରେ ଗାଁରଟ୍ରାକ୍ଟରରେ ଥ‌ିବା କେନ୍ଦୁପତ୍ର ଜଳିଯାଉଥିବା ଦୃଶ୍ୟ। ଲୋକନାଥ ଦାସ, ମନୋହର ପ୍ରସାଦ ସାହୁ, ଓଙ୍କାର ଦାସ ଓ ମନୋଜ ଦାସଙ୍କ ଘର ଜଳି ଜିନିଷପତ୍ର ନଷ୍ଟ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦୁପତ୍ର ବିଭାଗ ନୂଆପଡ଼ା ରେଞ୍ଜର ପ୍ରନୀଣ ବର୍ମାଙ୍କୁ ପଚାରିବାରୁ ଟ୍ରାକ୍ଟରରେ ୭୮ ବସ୍ତା କେନ୍ଦୁପତ୍ର ବୋଝେଇ ହୋଇ ଖରିଆର ରୋଡ ଗୋଦାମକୁ ପରିବହନ ହେଉଥିଲା। ଏହି ଘଟଣାରେ କେନ୍ଦୁପତ୍ର ତୋଳାଳିଙ୍କ କୌଣସି କ୍ଷତି ହେବ ନାହିଁ I ସେମାନେ ସରକାରଙ୍କଠାରୁ ତାଙ୍କର ପ୍ରାପ୍ୟ ପାଇଯିବେ। ଯେଉ କମ୍ପାନୀ ଟେଣ୍ଡର ନେଇଛିତା’ର କ୍ଷତି ହେବ ବୋଲି କହିଥିଲେ।