ଲଇକେରା, ୦୫/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ କିର୍ମିରା ପଞ୍ଚାୟତ ସମିତି ପକ୍ଷରୁ ଅନ୍ତ୍ୟୋଦୟ ଗୃହ ତିଆରି ପାଇଁ କାର୍ଯ୍ୟାଦେଶ ଵଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ଲକର ୬୦ ଜଣ ହିତାଧିକାରୀଙ୍କୁ ଗୃହ ତିଆରି ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।ଏହା ଦ୍ୱାରା ଗରିବ ଶ୍ରେଣୀ ତଥା ପକ୍କା ଘର ନ ଥିବା ହିତାଧିକାରୀ ଏହାର ସୁବିଧା ନେଇ ବସଵାସ କରିପାରିବେ ବୋଲି କହିଥିଲେ । ବିଡିଓ ଅବିନାଶ ଲାକ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ସରପଞ୍ଚ ସନ୍ତୋଷିନୀ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଜେପି ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ନେତା ବିଜୟ ଶର୍ମା, ବାବୂଲାଲ କିସାନ, ଝସକେତନ ପ୍ରଧାନ, ଜାମିନୀକାନ୍ତ ନାଏକ, ଶୁଭମ ସାହୁ,ସନ୍ଦିପ ପଟେଲ, ରୁପେଶ ବେହେରା ଉପସ୍ଥିତ ଥିଲେ । ବିପିସି ଚାନ୍ଦାନୀ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଜିଡିପିଓ ଇଶ୍ୱରୀ ପ୍ରଧାନ, ବିଏଲସି ଆଶୁତୋଷ ଦାସ ସହଯୋଗ କରିଥିବାବେଳେ ବିପିଏ ସୂରଜ ଜୟପୁରିଆ ଧନ୍ୟବାଦ ଦେଇଥିଲେ ।
*ନବଦୂତ ନ୍ୟୁଜ,ଲଇକେରା*
