Hot Posts

6/recent/ticker-posts

ମହିଳାଙ୍କ ସୁରକ୍ଷା ଓ ୩୩% ସଂରକ୍ଷଣ ପ୍ରସଙ୍ଗରେ ବିଜେଡିର ହୁଙ୍କାର

ଭବାନୀପାଟଣା, ୨୬/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ପାର୍ଲାମେଣ୍ଟ ରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଅଧିନିୟମ ଏବଂ ମହିଳା ମାନଙ୍କ ପ୍ରତି ବଢ଼ିଥିବା ନୃଶଂସ ନିର୍ଯ୍ୟାତନାକୁ ବନ୍ଦ କରିବାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ କୁ ନେଇ ଜୋରସୋର ରେ ପ୍ରଚାର ପ୍ରସାର ଚାଲିଛି, ପାର୍ଲାମେଣ୍ଟରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଆଡେ ନାରୀ ଅଧିକାର ଓ ସଶକ୍ତିକରଣର ବଡ଼ ବଡ଼ ଭାଷଣ ବାଜି ଚାଲିଛି କିନ୍ତୁ ପ୍ରକୃତରେ ନାରୀମାନଙ୍କ ରାଜନୈତିକ, ସାମ୍ବିଧାନିକ ଓ ସାମାଜିଜ ସୁରକ୍ଷା ଆଜି ମଧ୍ୟ ପ୍ରଶ୍ନବାଚି ହୋଇ ରହିଚି | ଭବାନିପାଟଣା ସକାଳ ୯ ଘଣ୍ଟା ସମୟରେ ବସଷ୍ଟାଣ୍ଡ ପାଖରୁ ବିଜୁ ମହିଳା ଜନତା ଦଳ ହଜାର ହଜାର ସଂଖ୍ୟରେ ମହିଳାମାନଙ୍କ ଏକ ବିରାଟ ରେଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଂଚିଥିଲା ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ଏହି "ନାରୀ ଅଧିକାର ଅଭିଯାନ" ରେ ମହିଳା ଜୋନ ସଭାପତି ଲଳିତା ନାଏକ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ ଏଵ ସମସ୍ତ ବିଧାୟକ ବିଜୁ ଜନତା ଦଳର ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ଜିଲ୍ଲା କମିଟିର କର୍ମକର୍ତା, ଯୁବ ଜନତା ଦଳର କର୍ମକର୍ତା ଏବଂ ହଜାର ହଜାର ସଂଖ୍ୟାରେ ମହିଳା ଉପସ୍ଥିତ ରହିଥିଲେ ଓ କହିଥିଲେ ପ୍ରତ୍ୟେକ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ଭଳି ସାହାସିକ ପଦକ୍ଷେପ ନେଇ ବିଜୁ ବାବୁ ଇତିହାସ କରିଯାଇଛନ୍ତି | ପୌର ନିର୍ବାଚନ ଓ ପଂଚାୟତ ନିର୍ବଚାନରେ ନବୀନ ପଟ୍ଟନାୟକ ସରକାର ୫୦ ପ୍ରତିଶତ ବୃଦ୍ଧି କରିଥିଲେ | 2019 ଓ 2024 ନିର୍ବାଚନ ରେ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳା ଙ୍କୁ ଟିକେଟ ମଧ୍ୟ ଦେଇଥିଲେ | ଅତି ଦୁଃଖର କଥା ଓଡିଶା ଆଜି ମହିଳା ହିଂସା ଓ ଅପରାଧ ର ପେଣ୍ଠସ୍ଥଳୀ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ