Hot Posts

6/recent/ticker-posts

ବିଜୁ ଏକ୍ସପ୍ରେସ ୱେରେ ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣା: ୪ ଗୋରୁ ମୃତ

ନୁଆପଡ଼ା, ୦୫/୦୫ ( ପରମେଶ୍ୱର ମେହେର ) : ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ଗ୍ରାମ ବିଜୁ ଏକ୍ସପ୍ରେସ ୱେ ରେ ଗୋଟିଏ ଗୋରୁ ବୋଝେଇ ଗାଡ଼ି (CG11BE 5381) ସକାଲ ୫ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୋମନା ଥାନା ଅଧୂକାରୀଙ୍କ ଠାରୁ ସୂଚନା ପ୍ରାପ୍ତ ହେଲା ପରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧୂକାରୀ ଡା: ସାଗର ସାହୁ କୋମନା ଏବଂ ରଜନା ପ୍ରାଣୀଧନ ନିରୀକ୍ଷକ କିରଣ କୁମାର ପ୍ରଧାନ, ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ ଓ ଗ୍ରାମବାସୀ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଥିଲେ। ଦୁର୍ଘଟଣା ଗାଡିରୁ ୪ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଗୋରୁ ଆଘାତପ୍ରାପ୍ତ ହୋଇଥିଲେ। ଆଘାତପ୍ରାପ୍ତ ଗୋରୁଙ୍କ ଚିକିତ୍ସା କରାଯାଇଥିଲା ଏବଂ ମୃତ ଗୋରୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ।