Hot Posts

6/recent/ticker-posts

ଲଇକେରା ରେ ସାବିତ୍ରୀ ବ୍ରତ ପାଳିତ

ଲଇକେରା, ୧୬/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ରେ ତାରିଖ ୧୬/୦୫/୨୦୨୬ ମସିହା ଶନିବାର ଦିନ ଶ୍ରଦ୍ଧା,ଭକ୍ତି ଭାବରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି ।ବିବାହିତ ନାରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ବର ଗଛ ଓ ମାତା ସାବିତ୍ରୀଙ୍କୁ ପୂଜା କରିଥିଲେ ।ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ବିବାହିତ ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ,ସୁଖ ଓ ସମୃଦ୍ଧି ପାଇଁ ପାଳନ କରନ୍ତି, ଏହାକୁ"ସାବିତ୍ରୀ ବ୍ରତ" ବୋଲି ମଧ୍ୟ କୁହାଯାଏ ।ଏହି ବ୍ରତର ପଛରେ ସାବିତ୍ରୀ ଓ ସତ୍ୟବାନ ଙ୍କ କାହାଣୀ ଅଛି ।ପୁରାଣ ଅନୁସାରେ ସତ୍ୟବାନଙ୍କ ଆୟୁ କମ ଥିବା ବେଳେ ଯମରାଜ ସତ୍ୟବାନଙ୍କ ପ୍ରାଣ ନେବାକୁ ଆସିଥିବା ବେଳେ ସାବିତ୍ରୀ ନିଜ ଭକ୍ତି,ବୁଦ୍ଧି ଓ ପତିବ୍ରତା ଶକ୍ତିରେ ଯମରାଜଙ୍କୁ ପ୍ରସନ୍ନ କରି ସ୍ୱାମୀଙ୍କ ମଙ୍ଗଳ ପାଇଁ ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଏ ।ଏହି ଦିନରେ ଉପବାସ ରଖାଯାଏ,ବରଗଛକୁ ପୂଜା କରାଯାଏ,ସାବିତ୍ରୀ-ସତ୍ୟବାନଙ୍କ କାହାଣୀ ଶୁଣାଯାଏ,ସ୍ୱାମୀଙ୍କ ଆୟୁ ଓ ସୁଖ ପାଇଁ ପ୍ରାଥନା କରନ୍ତି ।ଶେଷରେ ପୂଜା ପରେ ନାରୀମାନେ ପରମ୍ପରା ଗତ ରୀତିନୀତି ଅନୁସାରେ ବ୍ରତ ଓ କାହାଣୀ ଶୁଣି ଆଶୀର୍ବାଦ ଗ୍ରହଣ କରିଥିବାବେଳେ ଜଗନ୍ନାଥ ମନ୍ଦିର ପୂଜକ ବନମାଳୀ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।
(ନବଦୂତ ନ୍ୟୁଜ,ଲଇକେରା)
    ମୋ:୮୯୧୭୬୧୭୩୮୪