ସେଲକୋ ଫାଉଣ୍ଡେସନ ଦ୍ୱାରା ସାମ୍ପ୍ରଦାୟିକ ଉନ୍ନୟନ କାର୍ଯ୍ୟକ୍ରମ
ଭବାନୀପାଟଣା, ୦୭/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗତ ତା ୭/୫/୨୦୨୬ ରିଖ ଗୁରୁବାର ଦିନ ଭବାନୀପାଟଣା ସ୍ଥିତ ସେଲକୋ ଫାଉଣ୍ଡେସନ ର ଆନୁକୂଲ୍ୟରେ ଏକ ସାମୁଦାୟିକ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଲକୋ ଫାଉଣ୍ଡେସନ ଏଭଳି ଏକ ଘରୋଇ ସଂସ୍ଥା ଯିଏ ଗ୍ରାମାଞ୍ଚଳର ବ୍ୟକ୍ତିଙ୍କୁ ସୌର ଶକ୍ତି ବିକେନ୍ଦ୍ରିତ ସ୍ଥାୟୀ କର୍ମ ଜୀବିକା ମାଧ୍ୟମରେ ଉଦ୍ୟୋଗୀ ସୃଷ୍ଟି କରି ସେମାନଙ୍କର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ଏହି କର୍ମଶାଳାରେ ଜିଲ୍ଲାର ଅଗ୍ରଣୀ ସଂସ୍ଥା ସେବା ଜଗତ, ଅଞ୍ଜନୀ ଏଣ୍ଟରପ୍ରାଇଜେସ, ଜୈଲଲାମୁ ମହିଳା ମହାସଂଘ , ଜୟ ଦୂର୍ଗା ଉତ୍ପାଦକ ଗୋଷ୍ଠୀ , ସାଇବାବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ଜାଡେନ କୃଷକ ଉତ୍ପାଦକ ଗୋଷ୍ଠୀ, ଉଦ୍ୟମୀ କୃଷକ ଉତ୍ପାଦକ କମ୍ପାନୀ ଭଳି ୧୫ ରୁ ଉର୍ଦ୍ଧ ଉଦୟମାନ ଉଦ୍ୟୋଗୀ ଙ୍କୁ ଥିଙ୍କ ଗୁଡ ସଂସ୍ଥାର ଅଭିଜ୍ଞ ପ୍ରଶିକ୍ଷିକ ଆର.ଦୂର୍ଗା ପ୍ରସାଦ, ସାଗର ମିଶ୍ର ଓ ଆକାଶ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ଉଦ୍ୟୋଗୀ ମାନେ ସେମାନେ ନିଜର ଉତ୍ପାଦିତ ଦ୍ରବ୍ୟ ର କିପରି ବ୍ରାଣ୍ଡିଂ , ପ୍ୟାକେଜିଙ୍ଗ କରିବେ ତତ୍ ସହିତ ସୋସିଆଲ ପ୍ଳାଟଫର୍ମ ରେ କିପରି ପ୍ରଚାର ପ୍ରସାର କରି ଜନାଦୃତ ହୋଇପାରିବେ ସେ ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ। ସେମାନେ ନିଜ ବ୍ୟବସାୟର ବହୁ ପ୍ରତିକ୍ଷିତ ବଜାରିକରଣ ଜନିତ ସମସ୍ୟାର ସମାଧାନ ପ୍ରାପ୍ତ କରି ଆଗାମୀ ଦିନରେ ଏହାର ସୁଫଳ ପାଇପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେଲକୋ ଫାଉଣ୍ଡେସନର ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ସମସ୍ତ ଉଦ୍ୟୋଗୀ ସାଧୁବାଦ ଜଣାଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ