Hot Posts

6/recent/ticker-posts

ସହ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ।

ବାଲିଆପାଳ, ୦୬/୦୫ ( ସନ୍ୟାସୀ ବେହେରା ) : ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ନମିତା ପ୍ରଭା ସାମଲଙ୍କୁ ବୁଧବାର ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି। ଏହି ଅବସରରେ ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଭାତ ରଞ୍ଜନ ସାହୁ ଯୋଗଦେଇ ଶ୍ରୀମତୀ ସାମଲଙ୍କର ଦୀର୍ଘ ୩୮ ବର୍ଷ ଶିକ୍ଷା ବିଭାଗରେ ଶିକ୍ଷକତା ଓ ପ୍ରଶାସନିକ ଅଧିକାରୀ ଭାବେ କର୍ମମୟ ଜୀବନର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ବାଲିଆପାଳ ଶିକ୍ଷକ ସମନ୍ଵୟ ସମିତିର ସଭାପତି ବିଶ୍ଵମ୍ଭର ପାତ୍ର, ସମ୍ପାଦକ ପୂର୍ଣେନ୍ଦୁ ଦାସ, ସିଆରସିସି ଯଶୋବନ୍ତ ଜେନା, ପ୍ରଧାନ ଶିକ୍ଷକ ରଶ୍ମୀ ବାଡ଼ି, ବଂଶୀଧର ନାୟକ, ସୁଶାନ୍ତ କୁମାର ଗିରି, ଅଶୋକ କୁମାର ଗିରି, ସୁଶାନ୍ତ କୁମାର ରାଉଳ, ପ୍ରଦୀପ କୁମାର ପଣ୍ଡା, ବିଜୟ କୁମାର ବାରିକ, ମାଧବାନନ୍ଦ ଦାସ, ମୃତ୍ୟୁଞ୍ଜୟ ଦାସ, ତପନ କୁମାର ରାଉଳ,ଦିଲ୍ଲୀପ କୁମାର ସାହୁ, ପ୍ରତାପ କୁମାର ରାଜ, ଅଞ୍ଜନ କୁମାର ରାଜ, ଦେବଦ୍ୟୁତି ନନ୍ଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ନିତାଇ ଚରଣ ରାଉଳ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ସିଆରସିସି ପତିତପାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଇଓ ଅଫିସର ସମସ୍ତ କର୍ମଚାରୀ, ସମସ୍ତ ସିଆରସିସି, ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ବିଦାୟୀ ଶୋଭା ଯାତ୍ରାରେ ଶ୍ରୀମତୀ ସାମଲ ଘର ପର୍ଯ୍ୟନ୍ତ ଯାଇଥିଲା ।