ସଂଙ୍ଗୀତା ସେଠୀ ଙ୍କୁ ସାମ୍ବାଦିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା
କେସିଙ୍ଗା, ୨୮/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଚଳିତ ବର୍ଷ ପ୍ରକାଶିତ ଓସିଏସ ପରୀକ୍ଷା ଫଳ ଅନୁଯାୟୀ ସମଗ୍ର ରାଜ୍ୟ ରେ ୨୦୦ ଜଣ ଯୁବକ ଯୁବତୀ କୃତ କାର୍ଯ୍ୟ ହୋଇଥିବା ବେଳେ ୧୧୩ ତମ ସ୍ଥାନ ରଖି କେସିଙ୍ଗା ୱାର୍ଡ ନଂ ୧୦ ମଶାଣିମୁଣ୍ଡା ର ଜଣେ କାଠ ମିସ୍ତ୍ରୀ ଙ୍କ ସ୍ତ୍ରୀ ସଂଗୀତା ସେଠୀ ଅଞ୍ଚଳକୁ ଗୌରବାନୀତ କରିଛନ୍ତି।ଜଣେ ଗୃହିଣୀ ଓ ଦୁଇ ଛୁଆ ର ମାଁ ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିବା ସହିତ ନିଜର ସାଂସାରିକ ଜୀବନ କୁ ମଧ୍ୟ ବେଶ ସଫଳତାର ସହିତ ମୁକାବିଲା କରି ଆଜି ସଫଳ ହୋଇଥିବା କହିଛନ୍ତି । ତାଙ୍କୁ ଗୁରୁବାର ଦିନ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସଂଘ ସଭାପତି ଦୟା ସୁନାନୀ ଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ , ସୁଶାନ୍ତ କୁମାର ମହାପାତ୍ର, ଯଯାତି କେଶରୀ ଦେଓ , ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ