Hot Posts

6/recent/ticker-posts

ଖଡ଼ିଆଳରେ ଭୟଙ୍କର ସଡ଼କ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର

ନୂଆପଡ଼ା, ୧୨/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କଣ୍ଟାବାଞ୍ଜି ରାସ୍ତା ଜାଇକା ରେଷ୍ଟୁରାଣ୍ଟ ପାଖରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ଗୋଇମୁଣ୍ଡିର ବିଭୂଚରଣ କାଣ୍ଡ (୨୧) ଓ ତାଙ୍କ କାକା ଜୁନାନୀ ଗ୍ରାମର ଈଶ୍ବର ଚନ୍ଦ୍ର କାଣ୍ଡ (୫୫) । ସୂଚନାଅନୁସାରେ ରାତିରେ ବିଭୂଚରଣ ଓ ଈଶ୍ବର ସୁପର ଏକ୍ସେଲରେ ଏକ ବିବାହ ଭୋଜି ଖାଇ ଫେରୁଥିବା ସମୟରେ ବାଇକରେ ଆସୁଥିବା ଜୁନାନୀ ଗ୍ରାମର କୁନାଲ ନାଗ (୧୭) ଙ୍କ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବିଭୁ ଓ ଈଶ୍ବରଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୁରୁତର କୁନାଲଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖଡ଼ିଆଳ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।