ଚାରିମାଣିଆ ଖୋଲା ନାଳ ସେତୁ ଅବସ୍ଥା ଶୋଚନୀୟ
ବରୀ, ୨୪/୦୫ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଉଦୟନାଥପୁର ପଞ୍ଚାୟତର ତନ୍ତୀଘାଇ ନଦୀ ର ଶାଖା ଚାରିମାଣିଆ ଖୋଲା ନାଳ ସେତୁର ଅବସ୍ଥା ଶୋଚନୀୟ ହେlଇପଡିଛି l ୨୦୧୪ ମସିହା ରୁ ଉଦଘାଟନ ହେlଇଥିବା ସେତୁର ଦୁଇ ପାର୍ଶ୍ଵର ବାଡାଗୁଡିକ ଭାଙ୍ଗି ସହିତ ସେତୁ ର ଅବସ୍ଥା ଶୋଚନୀୟ ହେlଇପଡିଲାଣି l ଏହି ସେତୁଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ରେ ଥିବାବେଳେ ପ୍ରତିଦିନ ଏହି ସେତୁ ର ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଯାତାୟତ କରୁଥିବା ବେଳେ ପୋଲ ରେ ଯାତାୟତ ପାଇଁ ଡରୁଛନ୍ତି ବିଭାଗ ଏତିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି l