Hot Posts

6/recent/ticker-posts

ନୂଆପଡ଼ା ଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ

ନୂଆପଡ଼ା, ୨୮/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ । ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ତଥା ଜଣାଶୁଣା ସ୍ଥାନୀୟ ନେତା ଗୌତମ ତାଣ୍ଡି ବିବଦ୍ଧ ଭାବେ ପଦ୍ମ ଶିବିରକୁ ପୁଣି ଫେରିଛନ୍ତି। କାର୍ଯ୍ୟକ୍ରମରେ ପଞ୍ଚାୟତରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଶ୍ରୀ ତାଣ୍ଡିଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଜେପି ପରିବାରକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଗୌତମ ତାଣ୍ଡିଙ୍କ ସହିତ ଉଭୟ ଦଳର ୧୦୦ରୁ ଊର୍ଦ୍ଧ ସକ୍ରିୟ କର୍ମୀ ଓ ଆଗଧାଡ଼ିର ସଂଗଠକ ମଧ୍ଯ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଗରିବ କଲ୍ୟାଣଯୋଜନା ଏବଂ ଓଡ଼ିଶାରେ ବିଜେପି ସରକାରଙ୍କ ଜନହିତକର କାର୍ଯ୍ୟପତି ଆସ୍ଥା ପ୍ରକଟ କରି ଏହି ନିଷ୍ପଭି ନେଇଥିବା କର୍ମୀମାନେ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ସମସ୍ତ ନୂତନ ସଦସ୍ୟଙ୍କ ଯୋଗଦାନ ଦଳକୁ ତୃଣମୂଳ ସ୍ତରରେ ଆହୁରି ଶକ୍ତିଶାଳୀ କରିବ। ରାଜନୈତିକ ସମୀକ୍ଷକଙ୍କ ମତରେ, ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଶତାକ କର୍ମୀଙ୍କ ବିଜେପିରେ ଯୋଗଦାନ ଫଳରେ ନୂଆପଡ଼ା ଜିଲ୍ଲାରେ ବିଜେପିର ସଂଗଠନ ଆଗାମୀ ଦିନରେ ସମ୍ପୂର୍ଣ ଅପରାଜେୟ ହୋଇ ଗଢ଼ିଉଠିବ। କାର୍ଯ୍ୟକ୍ରମରେ ରେ ଜିଲ୍ଲାର ବହୁ ବରିଷ୍ଠ । ବିଜେପି ନେତା , ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ । ଉପସ୍ଥିତ ଥିଲେ।