Hot Posts

6/recent/ticker-posts

ଚାମ୍ପିୟନ କ୍ରିକେଟ ଟିମ୍ ନକଆଉଟ ଟୁର୍ଣ୍ଣାମେଣ୍ଟ–୨୦୨୬ ଉଦଯାପିତ : କୋତାପେଟା ଦଳ ହେଲା ଚାମ୍ପିୟନ

ରାୟଗଡ଼ା, ୨୮/୦୫ ( ଭି. ଗୌରି ଶଙ୍କର ରାଓ ) : ଗତକାଲି ରାୟଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋତାପେଟା ପଞ୍ଚାୟତର ସଦର କୋତାପେଟା ନାଗାବଳୀ କ୍ରିକେଟ ପଡିଆରେ “ଚାମ୍ପିୟନ କ୍ରିକେଟ ଟିମ୍ ନକଆଉଟ ଟୁର୍ଣ୍ଣାମେଣ୍ଟ–୨୦୨୬” ର ଉଦଯାପନୀ ଉତ୍ସବ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ୍‌ରେ ଚାମ୍ପିୟନ କ୍ରିକେଟ ଟିମ୍ କୋତାପେଟା ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ଅଧିକାର କରିଥିଲେ। ରାମଚନ୍ଦ୍ରପୁର କ୍ରିକେଟ ଟିମ୍ ରଣର୍ସ-ଅପ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ* *କାର୍ଯ୍ୟକାରିଣୀ ସଦସ୍ୟ କଣ୍ଡାବାବୁ ଥିଲେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, “ହାରିବା ଓ ଜିତିବା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ।* *ଖେଳମାନବମାନଙ୍କ ମଧ୍ୟରେ ଭାଇଚାରା, ସମ୍ପ୍ରୀତି ଓ ସାମାଜିକ ସମ୍ପର୍କକୁ ଆହୁରି ସୁଦୃଢ କରେ। ଏହିପରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗାଁ ଗାଁ ମଧ୍ୟରେ ଏକତା ଓ ଭାଇଚାରାର ସନ୍ଦେଶ ପ୍ରସାର କରିଥାଏ। ପରେ ବିଜୟୀ ଦଳ ଚାମ୍ପିୟନ କ୍ରିକେଟ ଟିମ୍ କୋତାପେଟାଙ୍କୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ରଣର୍ସ-ଅପ୍ ରାମଚନ୍ଦ୍ରପୁର କ୍ରିକେଟ ଟିମ୍‌କୁ ମଧ୍ୟ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।