ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ
ସିନାପାଲି, ୨୮/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଲିଆଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି,ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି ! ଅଭିଯୋଗ ଅନୁସାରେ ମୃତବ୍ୟକ୍ତି ଜଣକ ସିନାପାଲି ଥାନା ଅଧିନସ୍ଥ ଲିଆଡ ଗ୍ରାମର ଧିରା ଭୋଇ (୬୨) ଏବଂ ଏହି ଘଟଣା ମୃତକଙ୍କ ସାନପୁଅ ଭବାନୀ ଭୋଇ (୨୨) ଟାଙ୍ଗିଆରେ ମାରିଥିବା ନେଇ ବଡପୁଅ ମୁରଲୀ ଭୋଇ ଥାନାରେ ଲିଖିତ ଅଭିଯୋଗ କରିଛି ! ପ୍ରାପ୍ତ ଖବର ଅନୁସାରେ ଗତ ମଙ୍ଗଳବାର ରାତ୍ରିରେ ବାପ ପୁଅଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ଏବଂ ପରିବାର ଲୋକେ ସମସ୍ତେ ଘରେ ଶୋଇଥିବା ବେଳେ ହଟାତ ଅଭିଯୁକ୍ତ ଜଣକ ବାପା ଧିର ଙ୍କ ଛାତିରେ ଟାଙ୍ଗିଆ ଚୋଟ ମାରି ଥିବା ଜାଣି ପରିବାର ଲୋକେ ସ୍ତବ୍ଦ ହୋଇଯାଇଥିଲେ ପରେ ତୁରନ୍ତ ସିନାପାଲି ଥାନାକୁ ସୁଚନା ଦେଇଥିଲେ , ସିନାପାଲି ପୋଲିସ ଘଟଣା ସ୍ଥଲରେ ପହଞ୍ଚି ମ୍ରୁତ ଦେହକୁ ଜବତ କରି ଅଭିଯୁକ୍ତ ଙ୍କୁ ଗିରିଫ କରିଥିଲେ ଏବଂ ଘଟଣା ସ୍ଥଲରେ କଲାହାଣ୍ଡି ଜିଲ୍ଲା ସାଇଣ୍ଟିଫିକ ଟିମ୍ ଦ୍ୱାରା ଅଧିକ ତଦନ୍ତ ଜାରି ରଖି ମୃତ ଦେହକୁ ଶବ ବ୍ୟବଚ୍ଛେଦ କରି ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ! ଏନେଇ ସିନାପାଲି ଥାନା କେଶନମ୍ବର154/27-05-26ରେ ଦଫା 103(1) BNS ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ଭବାନୀ ଭୋଇକୁ କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି !