Hot Posts

6/recent/ticker-posts

ଯାଜପୁର ନିର୍ବାଚନ ମଣ୍ଡଳୀ ୬ ନମ୍ବର ମଣ୍ଡଳରେ ବିଜେପିର ଜନ ଆକ୍ରୋଶ ପଦ ଯାତ୍ରା

ଯାଜପୁର, ୧୭/୦୫ (ନିରୋଜ କୁମାର ସେଠୀ) : ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ଅନ୍ତର୍ଗତ ୬ ନମ୍ବର ମଣ୍ଡଳରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ନାଁରେ ଏକବିଶାଳ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କନିକାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗୌତମ ରାୟଙ୍କ ନେତୃତ୍ୱରେ ଶତାଧିକ ମହିଳା ହାତରେ ବିରୋଧୀ ଦଳଙ୍କ ମହିଳା ବିରୋଧୀ ନୀତି ଲେଖା ପ୍ଲାକାର୍ଡ ଧରି ବିଜେଡ଼ି,କଂଗ୍ରେସ, ଇଣ୍ଡି ମେଟ ବିରୋଧୀ ସ୍ଲୋଗାନ ଦେଇଥିଲେ । ପରେ ଥାଲକୁଡି ଚନ୍ଦନେଶ୍ଵର ମନ୍ଦିର ପାଖରେ ଏକ ପଥ ପ୍ରାନ୍ତ ସଭାରେ ମୋଦି ସରକାର ମହିଳାଙ୍କ ସଶକ୍ତିକରଣ ଓ ବିଜେଡ଼ି,କଂଗ୍ରେସ ଓ ଇଣ୍ଡି ମେଟ କିଭଳି ମହିଳା ବିରୋଧୀ ତଥ୍ୟ ଭିତ୍ତିକ ସୂଚନା ଦେଇଥିଲେ। ରମେଶ ଚନ୍ଦ୍ର ସାମଲ,ସୁବାସ ଚନ୍ଦ୍ର ମହାନ୍ତି,ଅଭିମନ୍ୟୁ ମହାନ୍ତି, ପ୍ରମୋଦ ପଣ୍ଡା, ବାଦଲ ନନ୍ଦ, ମନ୍ମଥ ବରାଳ, ଇନ୍ଦ୍ରଜିତ ଦାସ,ପତିତପାବନ ମହାନ୍ତି ମହିଳା ମାନଙ୍କୁ ବ୍ୟବସ୍ଥିତ ଢ଼ଙ୍ଗରେ ପଦଯାତ୍ରାରେ ନେଇ ଚନ୍ଦନେଶ୍ଵର ମନ୍ଦିର ପହଞ୍ଚାଇ ଥିଲେ । ପ୍ରାୟ ୪୫ ମିନିଟ ମଙ୍ଗଳପୁର ବଜାର ଦେଇ କୌଣସି ଗାଡି ମଟର ଚଳାଚଳ ବ୍ୟାହତ ହୋଇଥିଲା । ଭିଡ଼ରେ ଫସିଥିବା ଦୁଇଟି ଆମ୍ବୁଲାନ୍ସ କୁ ବିଜେପି ନେତା ରାସ୍ତା ପାର କରିଥଲେ। ବିଜେପିର ପଦଯାତ୍ରାରେ ଶହ ଶହ ମହିଳା ସାମିଲ ହେବା ଘଟଣା ବିଜେପି ନେତା ଗୌତମଙ୍କୁ ଶକ୍ତି ବୃଦ୍ଧିର ନିଦର୍ଶନ ବୋଲି କୁହାଯାଉଛି ।ପଞ୍ଚାୟତ ନିର୍ବାଚନ ପାଇଁ ଏହି ପଦଯାତ୍ରା କର୍ମୀଙ୍କ ମଧ୍ୟରେ ଶତ ସିଂହର ବଳ ଆଣିଛି।