ଓସିଏସ୍ ପରୀକ୍ଷାରେ ୧୩ତମ ସ୍ଥାନ ଅଧିକାର କଲେ ବିଦୁସ୍ମିତା ସାହୁ, କାଠଗଡା ସାହିରେ ସମ୍ବର୍ଦ୍ଧନା
କଟକ, ୨୮/୦୫ ( କାହୁଁ ଚରଣ ବାରିକ ) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୧୩ ନମ୍ବର୍ ସ୍ଥାନ ଅଧିକାର କରିଥିବା କଟକ କାଠଗଡା ସାହି ର ବିଦୁସ୍ମିତା ସାହୁ ଙ୍କୁ ଆଜି ସାହି ବାସିନ୍ଦା ଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓ ସି ଏସ ପରୀକ୍ଷାରେ ସଫଳତା ପାଇଁ କାଠଗଡା ସାହି ତଥା କଟକ ର ନାମ ସୁନମିତ କରିଥିବା ପାଇଁ ସାହି ବାସିନ୍ଦା ମାନେ ମିଠା ଖୁଆଇ ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ନିଜର ଅକ୍ଲାନ୍ତ ପରିଶ୍ରମ ଓ ପରିବାର ରେ ସମର୍ଥନ ପାଇଁ ଆଜି ଏତେବଡ଼ ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି ବିଦୁସ୍ମିତା ସାହୁ। ସେହିଭଳି ବିଦୁସ୍ମିତା ଙ୍କ ସଫଳତା ପାଇଁ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ବେଶ୍ ଗର୍ବ ଅନୁଭବ କରିଛନ୍ତି।